ବାସୁଦେବପୁର,୨୭।୧୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରେ ଯୌତୁକ ଲାଗି ଜଣେ ବନବିବାହିତାଙ୍କୁ ହତ୍ୟା କରାଯାଇଛି। ସେ ହେଲେ ଗୀତା ମଲିକ। ଶ୍ୱଶୁରଘର ଲୋକେ ଝିଅଙ୍କୁ ହତ୍ୟା କରିଥିବା ନେଇ ବାପଘର ଲୋକେ ବାସୁଦେବପୁର ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗକୁ ଭିତ୍ତି କରି ପୋଲିସ ମୃତ ଗୀତାଙ୍କ ସ୍ବାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଏନେଇ ପୋଲିସ ଏକ ମାମଲା (ନଂ. ୩୮୫/୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଏହି ଘଟଣାରେ ମୃତ ମହିଳାଙ୍କ ସ୍ବାମୀଙ୍କ ସମେତ ୮ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି।