Categories: ଜାତୀୟ

ନିର୍ଯାତନାକୁ ବିରୋଧ କରିବାରୁ ନାବାଳିକାଙ୍କୁ ଗୁଳିକରି ହତ୍ୟା

ଫିରୋଜାବାଦ, ୨୫ା୧୦: ନିର୍ଯାତନାକୁ ବିରୋଧ କରିବାରୁ ଉତ୍ତରପ୍ରଦେଶର ଫିରୋଜାବାଦରେ ଜଣେ ନାବାଳିକା (୧୬)ଙ୍କୁୁ ଗୁଳିକରି ହତ୍ୟା କରାଯାଇଛି। ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଇନ୍‌ଷ୍ଟିଚ୍ୟୁଟ୍‌ରୁ ଫେରିବାବେଳେ ୩ ଯୁବକ କମେଣ୍ଟ ମାରିବା ସହ ବିିଭିନ୍ନ ପ୍ରକାର ନିର୍ଯାତନା ଦେଇଆସୁଥିଲେ ବୋଲି ଏସ୍‌ଏସ୍‌ପି ସଚିନ୍ଦ୍ର ପଟେଲ କହିଛନ୍ତି। ନାବାଳିକା ଜଣକ ସେମାନଙ୍କୁ ସମାଲୋଚନା କରିବାରୁ ଶୁକ୍ରବାର ଯୁବକମାନେ ତାଙ୍କ ଘରକୁ ଯାଇ ପ୍ରଥମେ ମାଡ଼ ମାରିଥିଲେ। ନାବାଳିକାଙ୍କ ବାପା-ମା’ ଏଥିରେ ହସ୍ତକ୍ଷେପ କରିବାରୁ ସେମାନେ ଗୁଳିମାଡ଼ କରି ଫେରାର୍‌ ହୋଇଯାଇଥିଲେ। ନାବାଳିକାଙ୍କ ପ୍ରାଣବାୟୁ ସେଠାରେ ଉଡ଼ିଯାଇଥିଲା। ପରିବାରର ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ନାବାଳିକାଙ୍କ ମୃତଦେହ ପୋଷ୍ଟମର୍ଟମ ଲାଗି ପଠାଯାଇଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଅଭିଯାନ ଜାରି ରଖିଥିବା ପ୍ରକାଶ।

Share