Categories: ଫୁରସତ

ନକଲି ଗୋଡ଼ ଲଗାଇ ସ୍କୁଲ ଆସିଲେ କୁନି ଛାତ୍ରୀ, ଏମିତି ସ୍ବାଗତ କଲେ ସହପାଠୀ: ଦେଖନ୍ତୁ ହୃଦୟସ୍ପର୍ଶୀ ଭିଡିଓ…

ନିକଟରେ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳେ ଯେ, ଜଣେ କୁନି ଛାତ୍ରୀ ଗୋଟିଏ ଗୋଡ଼ ନ ଥିବାରୁ ନକଲି ଗୋଡ ଲଗାଇ ପ୍ରଥମଥର ସ୍କୁଲକୁ ଆସିଥିଲେ। ସେ ସ୍କୁଲରେ ପହଞ୍ଚିବା ମାତ୍ରେ ତାଙ୍କ ସାଙ୍ଗମାନେ ତାଙ୍କୁ ଘେରି ରହି ଜଣଙ୍କ ପରେ ଜଣେ ସ୍ବାଗତ କରିଥିଲେ। ଏହାପରେ ସମସ୍ତେ ମିଶି ଖେଳନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିବା ପରେ ୟୁଜର୍ସ ଭାବପ୍ରବଣ ହୋଇଯାଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ବୁଇଟେଙ୍ଗେବାଇଡେନ ନାମକ ଜଣେ ଟୁଇଟର୍‌ ୟୁଜର୍ସଙ୍କ ଦ୍ୱାରା ଶେୟାର କରାଯାଇଛି। ଏହି ଭିଡିଓକୁ ୯୪ ଲକ୍ଷରୁ ଅଧିକ ୟୁଜର୍ସ ଦେଖିସାରିଛନ୍ତି। ଭିଡିଓକୁ ୨ ଲକ୍ଷରୁ ଅଧିକ ୟୁଜର୍ସ ପସନ୍ଦ କରିଛନ୍ତି।

Share