Categories: ଫୁରସତ

ବୟଫ୍ରେଣ୍ଡଙ୍କୁ ଆଲିଙ୍ଗନ ପରେ ବ୍ରେକ୍‌ଅପ୍‌ କରିଦେଲେ ଗର୍ଲଫ୍ରେଣ୍ଡ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଦୃଦୟ ବିଦାରକ ଭିଡିଓ

ପ୍ରାୟତଃ ହୃଦୟ ଭାଙ୍ଗିଗଲେ ଲୋକମାନେ ଭୁଲ ପଦକ୍ଷେପ ନିଅନ୍ତି। ଆଜିକାଲି ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ପ୍ରେମୀ ଯୁଗଳ ସବୁଦିନ ପାଇଁ ଅଲଗା ହୋଇ ଯାଉଛନ୍ତି। ଏହା ପରେ ଯୁବକ ଏପରି ପଦକ୍ଷେପ ନିଅନ୍ତି, ଯାହା କେହି ଭାବି ନ ଥିବେ। ସୋସିଆଲ ମିଡିଆରେ ସିସିଟିଭି ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳେ, ଯୁବତୀ ଜଣଙ୍କ ପ୍ରଥମେ ଲିଫ୍ଟ ନିକଟରେ ବୟଫ୍ରେଣ୍ଡଙ୍କୁ ଚୁମ୍ବନ ଦିଅନ୍ତି। ତା’ପରେ ସେ ତାଙ୍କୁ ଆଲିଙ୍ଗନ କରି ସବୁଦିନ ପାଇଁ ବ୍ରେକ୍‌ଅପ୍‌ କରି ଚାଲିଯାଆନ୍ତି। ଏହା ଦେଖି ଯୁବକ ନିଜକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇପଡନ୍ତି। ଏହି ସମୟରେ ଯୁବକ ଜଣକ ପକେଟରୁ ବନ୍ଧୁକ ବାହାର କରି ନିଜଜ ଉପରକୁ ଗୁଳି ଚଳାନ୍ତି। ଏହି ହୃଦୟ ବିଦାରକ ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି, ଯାହା ଏବେ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @_Savage__boi ନାମକ ଜଣେ ୟୁଜର୍ସ ଦ୍ୱାରା ଶେୟାର କରାଯାଇଛି। ଭିଡିଓ ସେୟାର କରିବା ସହିତ ସେହି ଲେଖିଛନ୍ତି ଯେ, ଗର୍ଲଫ୍ରେଣ୍ଡ ଛାଡିବା ପରେ ଯୁବକ ଆତ୍ମହତ୍ୟା କରିଛନ୍ତି। ଅନେକ ଲୋକ ଭିଡିଓ ଉପରେ ସେମାନଙ୍କର ମତାମତ ମଧ୍ୟ ଦେଇଛନ୍ତି।

Share