Categories: ଅପରାଧ

ସ୍ତ୍ରୀଙ୍କୁ ଲୁଚି ଗର୍ଲଫ୍ରେଣ୍ଡଙ୍କୁ ଦୋସା ଖୁଆଇବାକୁ ନେଇଥିଲେ ଯୁବ ଇଞ୍ଜିନିୟର, ପରେ ଯାହା ଘଟିଲା…

ଲକ୍ଷ୍ନୌ,୨୦।୧: ଉତ୍ତରପ୍ରଦେଶର ବାନ୍ଦାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବ ଇଞ୍ଜିନିୟର ସ୍ତ୍ରୀଙ୍କୁ ଲୁଚି ଗର୍ଲଫ୍ରେଣ୍ଡଙ୍କୁ ଦୋସା ଖୁଆଇବା ଭାରି ପଡ଼ିଛି। ଏଥିରେ ସ୍ତ୍ରୀ ରାଗି ଯାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଏହି ଘଟଣା ମଙ୍ଗଳବାର ସନ୍ଧ୍ୟାରେ ଘଟିଛି। ବାନ୍ଦାର ରାଜକୀୟ ନିର୍ମାଣ ନିଗମର ଯୁବ ଇଞ୍ଜିନିୟର ନିଜ ଗର୍ଲଫ୍ରେଣ୍ଡଙ୍କୁ ହନୁମାନ ମନ୍ଦିର ନିକଟରେ ଥିବା ଏକ ରେଷ୍ଟୁରାଣ୍ଟକୁ ଦୋସା ଖୁଆଇବାକୁ ନେଇଥିଲେ। ଏହି ସମୟରେ ଇଞ୍ଜିନିୟରଙ୍କ ସ୍ତ୍ରୀ ସେଠାରେ ପହଞ୍ଚିଯିବାରୁ ସବୁ ଗଡ଼ବଡ଼ ହୋଇଗଲା। ସ୍ତ୍ରୀ ଜଣକ ନିଜ ଭାଇଙ୍କ ସହ ପହଞ୍ଚି ଗର୍ଲଫ୍ରେଣ୍ଡଙ୍କ ସହ ସ୍ବାମୀଙ୍କୁ ଧରିଥିଲେ। ପରେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଇଞ୍ଜିନିୟରଙ୍କୁ ଥାନାରେ ଅଟକ ରଖିବା ସହ ପୂରା ଘଟଣାର ତଦନ୍ତ କରୁଛି।