Posted inଫୁରସତ

ନିଜ ବାର୍ଥ ର୍ଡେ ପାର୍ଟିରେ ୧୮ ଜଣ ସାଙ୍ଗକୁ ଧରି ପହଞ୍ଚିଥିଲେ, ବିଲ୍‌ ପୈଠ କରିବାକୁ ମନା କରିଦେଲେ ପ୍ରେମିକ, ଆଉ ତା’ପରେ…

ପ୍ରେମିକ ଏବଂ ପ୍ରେମିକାଙ୍କ ମଧ୍ୟରେ ଝଗଡା ହେବା ସାଧାରଣ କଥା । ବେଳେବେଳେ ସେ କିଛି ଛୋଟ ଜିନିଷକୁ ନେଇ ପରସ୍ପର ସହିତ ଝଗଡା କରିଥାନ୍ତି। ବେଳେବେଳେ ଝଗଡା କରିବାର ଏକ ବଡ଼ କାରଣ ମଧ୍ୟ ଥାଏ। ଅନେକ ଥର ଟଙ୍କାକୁ ନେଇ ଝଗଡା ମଧ୍ୟ ହୋଇଥାଏ। ଆଜିକାଲି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ପ୍ରେମିକା ପ୍ରେମିକ ସହିତ ଜୋରଦାର ଝଗଡା କରୁଥିବା ଦେଖିବାକୁ ମିଳିଛି। ପ୍ରେମିକ ଜଣଙ୍କ ପ୍ରେମିକାଙ୍କ ଜନ୍ମଦିନ ପାର୍ଟି ବିଲ୍‌ ଦେବାକୁ ମନା କରିଦେଇଥିଲେ। ଏହାର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ପ୍ରେମିକା ଏବଂ ପ୍ରେମିକ ପରସ୍ପର ସହ ଝଗଡା କରୁଥିବା ଦେଖିବାକୁ ମିଳିଛି। ପ୍ରେମିକା ପ୍ରେମିକ ଉପରେ ପାଟି କରୁଥିବା ନଜର ଆସିଛନ୍ତି। ସେଠାରେ ଅଧିକ ଲୋକ ଠିଆ ହୋଇଥିବା ଦେଖିବାକୁ ମିଳୁଛି । ବାସ୍ତବରେ ପୁରା କଥା ହେଉଛି ଯେ ପ୍ରେମିକାଙ୍କ ଜନ୍ମଦିନ ପାର୍ଟୀ ଥିଲା। ଯାହାର ଖର୍ଚ୍ଚ ତାଙ୍କ ପ୍ରେମିକ ଦେଉଥିଲେ। କିନ୍ତୁ ଗର୍ଲଫ୍ରେଣ୍ଡ ତାଙ୍କର ୧୮ ଜଣ ସାଙ୍ଗଙ୍କୁ ତାଙ୍କ ଜନ୍ମଦିନ ପାର୍ଟିରେ ଆଣିଥିଲେ। ଏହା ଦେଖି ପ୍ରେମିକର ରାଗି ଯାଇଥିଲେ। ଯେତେବେଳେ ପ୍ରେମିକା ତାଙ୍କୁ ବିଲ୍‌ ପୈଠ କରିବାକୁ କହିଲେ, ପ୍ରେମିକ ସିଧା ସିଧା ବିଲ୍‌ ଦେବାକୁ ମନା କରିଦେଇଥିଲେ। ଏହା ପରେ ପ୍ରେମିକା ତାଙ୍କ ପ୍ରେମିକଙ୍କ ସହିତ ଏହି ବିଷୟରେ ଝଗଡା ଆରମ୍ଭ କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ

ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ...

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri