ମାର୍କେଟ ନେଉଛି ‘ଗର୍ଲଫ୍ରେଣ୍ଡ୍‌’

ହରିୟାଣାର ପ୍ରସିଦ୍ଧ ଗାୟକ ଅରବିନ୍ଦ ଜାଙ୍ଗିଡଙ୍କ ଏକ ନୂଆ ଗୀତକୁ ଏବେ ବହୁତ ପସନ୍ଦ କରାଯାଉଛି। ଏହି ଗୀତର ଟାଇଟଲ ହେଉଛି ‘ଗର୍ଲଫ୍ରେଣ୍ଡ’। ଅରବିନ୍ଦଙ୍କ ଦ୍ୱାରା ଗାନ କରାଯାଇଥିବା ଏହି ଗୀତ ରିଲିଜ୍‌ ହେବା ପରେ ତୀବ୍ର ବେଗରେ ଭାଇରାଲ ହେଉଛି। ଏପରିକି ଏକ ସପ୍ତାହ ମଧ୍ୟରେ ଗୀତଟି ୟୁଟ୍ୟୁବ୍‌ରେ ୪୬ ଲକ୍ଷରୁ ଅଧିକ ଭ୍ୟୁ ପାଇଛି।

ଏହି ହରିୟାଣା ଗୀତର ଲିରିକ୍ସ ହେଉଛି, ‘ଧୀରେ ଧୀରେ ଫ୍ରେଣ୍ଡ୍‌ ହୋ ଗଇ ଗର୍ଲଫ୍ରେଣ୍ଡ’। ଗୀତରେ ଗାୟକ ଅରବିନ୍ଦ କଣ୍ଠଦାନ କରିଥିବା ବେଳେ ଅଜୟ ହୁଡ୍ଡା ଏହାର ରଚନା କରିଛନ୍ତି। ଗୀତଟି ଅଞ୍ଜଳି ରାଘବ ଏବଂ ଅଜୟ ହୁଡ୍ଡାଙ୍କୁ ନେଇ ଶୁଟିଂ କରାଯାଇଛି।

ଗୀତରେ ଉଭୟଙ୍କ କେମିଷ୍ଟ୍ରିକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ୨୦୨୦ର ବର୍ଷର ଶେଷ ଦିନରେ ମୁକ୍ତିଲାଭ କରିଥିବା ଏହି ଗୀତ ଗାମାପା ୟୁଟ୍ୟୁବ୍‌ ଚ୍ୟାନେଲରେ ଅପଲୋଡ୍‌ ହୋଇଛି। ଅଜୟ ହୁଡ୍ଡା ଏବଂ ଅରବିନ୍ଦ ଜାଙ୍ଗଡ୍‌ ହରିୟାଣା ସଙ୍ଗୀତ ଜଗତରେ ବେଶ୍‌ ପରିଚିତ ନାମ।

ରିଲିଜ ହେବା କ୍ଷଣି ତାଙ୍କ ଗୀତଗୁଡ଼ିକ ଖୁବଶୀଘ୍ର ଭାଇରାଲ ହୁଏ। ତାଙ୍କର ଭିଡିଓଗୁଡିକୁ ଦେଖିବାକୁ ଲୋକେ ପସନ୍ଦ କରନ୍ତି। ତାଙ୍କର ଏହି ରୋମାଣ୍ଟିକ ଗୀତକୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି।

Share