ପୁଅ ମାନଙ୍କ କିଛି ଅଭ୍ୟାସ ଅଛି ଯାହା ଝିଅ ମାନଙ୍କୁ ବହୁତ ପସନ୍ଦ ଆସିଥାଏ। ପ୍ରତ୍ୟେକ ଝିଅ ଚାହାନ୍ତି ସେମାନଙ୍କ ପାର୍ଟନର ଏହି ସବୁ ଗୁଣର ଅଧିକାରୀ ହୁଅନ୍ତୁ। ସାଧାରଣତଃ ପୁଅମାନେ ଝିଅମାନଙ୍କ ପସନ୍ଦ ଆସିବା ପାଇଁ ଅନେକ କିଛି କରିଥାନ୍ତି। ତେବେ କିଛି ଏପରି ଅଭ୍ୟାସ ଅଛି ଯାହା ଝିଅମାନଙ୍କୁ ବେଶି ଭଲ ଲାଗିଥାଏ। ଜାଣନ୍ତୁ ସେ ସମ୍ପର୍କରେ ….
ଭଲ ବ୍ୟବହାର
ଝିଅମାନେ ଭଲ ବ୍ୟବହାର ପଦର୍ଶନ କରୁଥିବା ପୁଅମାନଙ୍କୁ ପସନ୍ଦ କରନ୍ତି । ସେମାନେ ନମ୍ର ପ୍ରକୃତିର ଯୁବକମାନଙ୍କୁ ବନ୍ଧୁ କରିବାକୁ ଚାହିଁନ୍ତି। କାରଣ ଭଲ ଆଚରଣ କରୁଥିବା ବ୍ୟକ୍ତି ସବୁଠାରେ ସମ୍ମାନ ପାଇଆନ୍ତି।
ସମ୍ମାନ
ଅନେକ ସମୟରେ ଝିଅମାନେ ସେହି ପୁଅମାନଙ୍କୁ ପସନ୍ଦ କରିଥାନ୍ତି। ଯେଉଁମାନେ ଅନ୍ୟକୁ ସମ୍ମାନ ଦେଇଥାନ୍ତି। କାରଣ ସେମାନେ ଏହା ଜାଣିଥାନ୍ତି ଯେ ଯେଉଁ ପୁଅ ଅନ୍ୟକୁ ସମ୍ମାନ କରେ ସେ କେବେ କାହାକୁ ଅସଦାଚରଣ କରିପାରିବ ନାହିଁ।
ଯତ୍ନଶୀଳ
ଝିଅମାନେ ପ୍ରକୃତରେ ଯତ୍ନ ନେଉଥିବା ପୁଅମାନଙ୍କୁ ପସନ୍ଦ କରନ୍ତି। ଏହିଭଳି ପୁଅମାନଙ୍କ ସହିତ ବନ୍ଧୁତା କରିବାକୁ ସେମାନେ ଆଗ୍ରହ ପ୍ରକାଶ କରନ୍ତି। ଝିଅମାନେ ଏହିଭଳି ପୁଅ ଖୋଜନ୍ତି ଯେଉଁମାନେ ସେମାନଙ୍କର ଯତ୍ନ ନେଉଥିବେ । ପ୍ରତ୍ୟେକ ପରିସ୍ଥିତିରେ ସେମାନଙ୍କୁ ସମର୍ଥନ କରୁଥିବେ।
ସଚ୍ଚୋଟ
ଝିଅମାନେ ସଚ୍ଚୋଟ ପୁଅମାନଙ୍କୁ ପସନ୍ଦ କରନ୍ତି। ସୋନେ ତାଙ୍କ ପାର୍ଟନର ଭାବେ ସଚ୍ଚୋଟ ପୁଅମାନଙ୍କୁ ଖୋଜନ୍ତି ଯେଉଁମାନେ କେବଳ ତାଙ୍କୁ ଭଲ ପାଉଥିବ।