ଅଟୋ ଡ୍ରାଇଭରଙ୍କୁ ବିବାହ କଲେ ପ୍ରେମିକା: ଏଭଳି ଉପାୟରେ ପ୍ରତିଶୋଧ ନେଉଥିଲେ ପ୍ରେମିକ…

ମୁମ୍ବାଇ, ୨୬।୮: ପ୍ରେମିକା ଧୋକା ଦେଲେ। ଏଥିରେ ମର୍ମାହତ ହୋଇ ପ୍ରେମିକ ଏକ ନିଆରା ଉପାୟରେ ପ୍ରତିଶୋଧ ନେଉଥିଲେ। ଏହାର ପର୍ଦ୍ଦାଫାଶ୍‌ ମୁମ୍ବାଇ ପୋଲିସ କରିଛି। ଆସିଫ୍‌ ଶେଖ୍‌ଙ୍କ ପ୍ରେମିକା ଜଣେ ଅଟୋ ଡ୍ରାଇଭରଙ୍କୁ ବିବାହ କରିଥିଲେ। ଏହି ଘଟଣା ଆସିଫ୍‌ଙ୍କୁ ଭାରି ବାଧିଥିଲା। ଅଟୋ ଡ୍ରାଇଭରଙ୍କ ସହିତ ତାଙ୍କର ଆପେ ଆପେ ଶତ୍ରୁତା ଆରମ୍ଭ ହୋଇଯାଇଥିଲା। ସେ ସହର ସାରା ବୁଲି ବୁଲି ଅଟୋ ଡ୍ରାଇଭରଙ୍କ ମୋବାଇଲ୍‌ ଫୋନ୍‌ ଚୋରି କରୁଥିଲେ। ମୋବାଇଲ୍‌ ଫୋ ଚୋରି ହେବା ସମ୍ପର୍କରେ ଥାନାରେ ଏତଲା ଦିଆଯାଇଥିଲା। ଶେଷରେ ପୋଲିସ ଆସିଫ୍‌ଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥବଲେ। ଇତିମଧ୍ୟରେ ଆସିଫ୍‌ ୭୦ ଜଣ ଅଟୋ ଡ୍ରାଇଭରଙ୍କ ମୋବାଇଲ୍‌ ଫୋନ୍‌ ଚୋରି କରିଥିବା ସମ୍ପର୍କରେ ପୋଲିସ ଆଗରେ ପ୍ରକାଶ କରିଛନ୍ତି। ଏବେ ଆସିଫ୍‌ଙ୍କ ପ୍ରତିଶୋଧ ନେବା ଖବର ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share