Categories: ଫୁରସତ

ଦୀର୍ଘ ୫ ବର୍ଷ ପରେ ପ୍ରେମିକଙ୍କୁ ଭେଟିଲେ ପ୍ରେମିକା, ବିମାନବନ୍ଦରରେ ଦେଲେ ଏଭଳି ସରପ୍ରାଇଜ୍‌; ଭିଡିଓ ଦେଖିଲେ…

କଥାରେ ଅଛି ଦୂରତା ପ୍ରେମକୁ ଦ୍ୱିଗୁଣିତ କରେ। କିଛି ସେଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି। ଯାହାକୁ ଦେଖିବା ପରେ ଆପଣଙ୍କର ଦୂରରେ ଥିବା ସାଥୀଙ୍କ କଥା ମନେ ପଡ଼ିଯାଇପାରେ। ଏପରିକି ବାସ୍ତବ ପ୍ରେମ ଠିକ୍‌ ଏହିଭଳି ଭଳି ବୋଲି ଆପଣଙ୍କ ମୁହଁରୁ ବାହାରିଯାଇପାରେ।
ଭାଇରାଲ ଭିଡିଓରେ ଜଣେ ଯୁବକ ପାଞ୍ଚ ବର୍ଷ ପରେ ଫେରୁଥିବା ଦେଖାଯାଇଛି। ତାଙ୍କୁ ଭେଟିବାକୁ ପ୍ରେମିକା ସେଠାରେ ପହଞ୍ଚୁଛନ୍ତି। ସେଠାରେ ସେ ବୋ ସୁନ୍ଦର ଭାବେ ନାଚି ତାଙ୍କୁ ସରପ୍ରାଇଜ୍‌ ଦେଉଛନ୍ତି। ଦୃଶ୍ୟ ଦେଖି ଆଖିରେ ଲୁହ ଆସିବା ସ୍ବାଭାବିକ। ଏହାଦେଖି ଯୁବକଜଣଙ୍କ ଭାବବିହ୍ବଳ ହୋଇଯାଉଛନ୍ତି। ଏପରିକି ଯୁବତୀଙ୍କୁ କୁଣ୍ଡାଇ ପକାଉଛନ୍ତି। ଉକ୍ତ ମୂହୁର୍ତ୍ତ କେତେ ଖାସ୍‌ ଥିଲା ଉଭୟଙ୍କୁ ଦେଖି ଜଣାପଡ଼ୁଛି।
ଇନଷ୍ଟାଗ୍ରାମରେ ଭିଡିଓଟି ଭାଇରାଲ ହେଉଥିବା ବେଳେ ଅନେକ ବ୍ୟବହାରକାରୀ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି ଏଭଳି ପ୍ରେମିକା ଭାଗ୍ୟରେ ଥିଲେ ମିଳେ। ସେହିଭଳି ଅନ୍ୟଜଣେ ଉଭୟଙ୍କୁ କାହା ନଜର ନ ଲାଗୁ ବୋଲି ଲେଖିଛନ୍ତି। ଏଯାବତ ଭିଡିଓଟିକୁ ୧୯ ହଜାରରୁ ଅଧିକ ପସନ୍ଦ କରିଥିବା ବେଳେ ବହୁଳ ମାତ୍ରାରେ ଏହା ଶେୟାର ହେଉଛି।
ଆପଣ ବି ଦେଖନ୍ତୁ ଭିଡିଓ:
Share