ଗୁଣି ଗାରେଡ଼ି ପୂଜାପାଠ ପାଇଁ ସୁଶାନ୍ତଙ୍କ ଆକାଉଣ୍ଟ୍‌ ଖାଲି କରିଦେଇଛନ୍ତି ଗର୍ଲ ଫ୍ରେଣ୍ଡ ରିୟା

ମୁମ୍ବାଇ, ୨।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଧୀରେଧୀରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ସୁଶାନ୍ତଙ୍କ ଆକାଉଣ୍ଟ ତାଙ୍କ ଗର୍ଲ ଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଖାଲି କରିଦେଇଥିବା କୁହାଯାଉଛି। ରିୟା ଗୁଣି ଗାରେଡ଼ି ଏବଂ ପୂଜାପାଠ କରିବାକୁ କହି ଆକାଉଣ୍ଟରୁ ୨୦୧୯ ଜୁଲାଇ ୧୪ରୁ ଅଗଷ୍ଟ ୧୫ ମାତ୍ର ଗୋଟିଏ ମାସ ମଧ୍ୟରେ ୨ ଲକ୍ଷ ୯୩ ହଜାର ଟଙ୍କା କାଢ଼ିଥିବା ଜଣାପଡ଼ିଛି। ଟଙ୍କା ରିୟାଙ୍କ ନାମରେ ଉଠାଯାଇଥିବା ବ୍ୟାଙ୍କ ରେକର୍ଡରୁ ପୋଲିସ ଜାଣିପାରିଛି। ତେବେ ଏଥି ପାଇଁ କୌଣସି ପୂଜାପାଠ କରାଯାଇ ନ ଥିଲା। ରିୟା କାହିଁକି ଏଭଳି କରୁଥିଲେ ସେ ପୋଲିସ ପକ୍ଷରୁ ଅଧିକ ପଚରା ଉଚରା ଜାରି ରହିଛି।

Share