Categories: ଫୁରସତ

ବିବାହ ପାଇଁ ବିଳମ୍ବରେ ପ୍ରସ୍ତାବ ଦେଲେ ପ୍ରେମିକ: ଏଭଳି ନିଷ୍ପତ୍ତି ନେଲେ ପ୍ରେମିକା

ପ୍ରେମ, ଭଲପାଇବାକୁ ନେଇ ସମସ୍ତଙ୍କର ଚିନ୍ତାଧାରା ଭିନ୍ନ ପ୍ରକାରର। ସମୟ ସାଙ୍ଗକୁ ସମ୍ପର୍କ ଅଧିକ ଶକ୍ତ ହୋଇଥାଏ। ବେଳେ ବେଳେ କିଛି ବ୍ୟକ୍ତି ନ ବୁଝି ବିଚାରି ପ୍ରେମ ନିବେଦନ କରିଥାନ୍ତି। ଆଉ କିଛି ଏଥିପାଇଁ ବହୁତ ସମୟ ନେଇଥାନ୍ତି। ମାତ୍ର ବିଳମ୍ବରେ ବିବାହ ପାଇଁ ପ୍ରସ୍ତାବ ଦେବାରୁ ଜଣେ ପ୍ରେମିକା ପ୍ରେମିକଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ସାଉଥ୍‌ଆଫ୍ରିକାର ଜମ୍ବିଆରେ ।
ଏକ ରିପୋର୍ଟ ଅନୁଯାୟୀ, ଗର୍ଟରୁଡ୍‌ ନଗୋମା ପ୍ରେମିକ ହର୍ବଟ ସାଲାଲିକିଙ୍କ ସହ ୮ ବର୍ଷ ହେବ ରିଲେସନଶିପ୍‌ରେ ରହିଆସୁଥିଲେ। ହେଲେ ଏବେ ଗର୍ଟରୁଡ୍‌ ପ୍ରେମିକ ହର୍ବଟଙ୍କ ନାମରେ ଥାନାରେ ଏକ ମାମଲା ଦାୟର କରିଛନ୍ତି।
ଗର୍ଟରୁଡ୍‌ଙ୍କ କହିବାନୁଯାୟୀ, ହର୍ବଟ ବିବାହ ପାଇଁ ବହୁତ ସମୟ ନେଇଛନ୍ତି। ଫଳରେ ତାଙ୍କର ଅନେକ ସମୟ ନଷ୍ଟ ହୋଇଯାଇଛି। ଏଥିସହ ହର୍ବଟ ଏହି ସମ୍ପର୍କକୁ ନେଇ ସିରିୟସ ନୁହନ୍ତି ବୋଲି ସିରିୟସ୍‌ ନ ଥିବା ଗର୍ଟରୁଡ୍‌ କହିଥିଲେ। ଏହା ଶୁଣିବା ପରେ ଜଜ୍‌ ମାମଲାର ଆପୋଶ ବୁଝାମଣା ପାଇଁ ପରାପର୍ଶ ଦେଇଛନ୍ତି। ଉଭୟଙ୍କର ଏକ ସନ୍ତାନ ମଧ୍ୟ ଅଛନ୍ତି।

 

Share