Categories: ଜାତୀୟ

ପ୍ରେମିକଙ୍କୁ ହତ୍ୟା କରିବାକୁ ଏହି ରାସ୍ତା ଆପଣେଇଥିଲେ ପ୍ରେମିକା

ନୈନିତାଲ,୨୧।୭: ଉତ୍ତରାଖଣ୍ଡର ହଲଦ୍ୱାନିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଜଣକ ପୂର୍ବତନ ପ୍ରେମିକଙ୍କୁ ନାଗସାପ ଛାଡି ହତ୍ୟା କରିଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଉତ୍ତରାଖଣ୍ଡର ହଲଦ୍ୱାନ ପୋଲିସ ଗତ ୧୫ ତାରିଖରେ ଯୁବ ବ୍ୟବସାୟୀ ଅଙ୍କିତ ଚୌହାନଙ୍କ ମୃତଦେହ ତାଙ୍କ କାର୍‌ରୁ ଜବତ କରିଥିଲା। କାର୍‌ ଏସିରୁ କାର୍ବନ ମନୋକ୍ସାଇଡ୍‌ ନିର୍ଗମନ ଯୋଗୁ ଶ୍ୱାସରୁଦ୍ଧ ହୋଇ ଅଙ୍କିତଙ୍କ ମୃତ୍ୟୁ ଘଟିଥିବା ପୋଲିସ ପ୍ରଥମେ ସନ୍ଦେହ କରିଥିଲା। ତେବେ ପୋଲିସ ଘଟଣାର ତଦନ୍ତ ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା। ଏପରିକି ଅଙ୍କିତଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଜଣାପଡିଥିଲା। ପରେ ପୋଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ ସହ ଅଙ୍କିତଙ୍କ କଲ୍‌ ଡିଟେଲ ଯାଞ୍ଚ କରିଥିଲା।

ଯାଞ୍ଚ ବେଳେ ଗର୍ଲଫ୍ରେଣ୍ଡ ମାହି ଆର୍ଯ୍ୟାଙ୍କ ନାଁ ସନ୍ଦେହ ଘେରକୁ ଆସିଥିଲା। ପୋଲିସ ତଦନ୍ତ ବେଳେ ମାହି ଓ ତାଙ୍କର ନୂତନ ପ୍ରେମିକ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବୋଲି ଜାଣିବାକୁ ପାଇଥିଲା। ପୋଲିସ ସେମାନଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଥିଲା। ପୋଲିସ ସେମାନଙ୍କୁ ପଚରାଉଚରା ବେଳେ ରମେଶ ନାଥ ନାମକ ଜଣେ ସାପୁଆ କେଳା ଅଙ୍କିତଙ୍କୁ ହତ୍ୟା ପଛରେ ସହଯୋଗ କରିଥିବା ଜଣାପଡିଥିଲା। ଏପରକି ଗର୍ଲଫ୍ରେଣ୍ଡ ମାହି ଏବଂ ନୂତନ ପୁରୁଷବନ୍ଧୁ ସାପୁଆ କେଳା ରମେଶଙ୍କୁ ନାଗସାପ ଛାଡ଼ି ଅଙ୍କିତଙ୍କୁ ହତ୍ୟା କରିବାକୁ ୧୦ ହଜାର ଟଙ୍କା ସୁପାରି ଦେଇଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ।

Share