Categories: ଜାତୀୟ

ସିଭିଲ ସର୍ଭିସ୍‌ ପରୀକ୍ଷାରେ ଝିଅ ଅଧିକ ସଫଳ, ୨୪ରୁ ୨୬ ବର୍ଷ ମଧ୍ୟରେ ଯୁବବର୍ଗଙ୍କ ଭବିଷ୍ୟତ ଚିନ୍ତା…

ନୂଆଦିଲ୍ଲୀ,୧୪।୯: ୟୁନିଅନ ପବ୍ଲିକ୍‌ ସର୍ଭିସ୍‌ କମିଶନ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ହେଉଥିବା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଝିଅଙ୍କ ସଫଳତା ହାର ପୁଅଙ୍କ ତୁଳନାରେ ଅଧିକ ରହିଛି। ସେହିପରି ୨୬ ବର୍ଷରୁ କମ୍‌ ବୟସରେ ସଫଳତା ହାର ସର୍ବାଧିକ ରହିଛି ବୋଲି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୪ରୁ ୨୬ ବର୍ଷ ମଧ୍ୟରେ ପୁଅଙ୍କ ସଫଳତା ହାର ୩୧.୩ ପ୍ରତିଶତ ଥିବାବେଳେ ଝିଅଙ୍କ ସଫଳ ପ୍ରତିଶତ ୩୫.୮ ରହିଛି।

ସର୍ଭେରେ ୨୦୧୫-୧୬ଠାରୁ ୨୦୧୯-୨୦ ପର୍ଯ୍ୟନ୍ତ ଗତ ୪ ବର୍ଷର ସମସ୍ତ ୟୁପିଏସ୍‌ସି ରିପୋର୍ଟକୁ ଯାଞ୍ଚ୍‌ କରାଯାଇଛି। ୟୁପିଏସ୍‌ସି ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଛି।

ତୃତୀୟ ପ୍ରୟାସରେ ୨୪.୦୨ ପ୍ରତିଶତ ସଫଳତା ହାସଲ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ସେଥିମଧ୍ୟରେ ୨୭.୪୬ ପ୍ରତିଶତ ଝିଅ ଥିବାବେଳେ ୨୨.୯୪ ପ୍ରତିଶତ ଝିଅ ରହିଛନ୍ତି।

ଅପରପକ୍ଷରେ ଷଷ୍ଠତମ ପ୍ରୟାସରେ ମାତ୍ର ୮.୩୭ ପ୍ରତିଶତ ସଫଳ ହୋଇଥିବା ଏଥିରେ ପ୍ରକାଶ ପାଇଛି। ସେଥିମଧ୍ୟରେ ପୁଅଙ୍କ ପ୍ରତିଶତ ୮.୪୦ ଥିବାବେଳେ ଝିଅ ୮.୨୯ ପ୍ରତିଶତ ରହିଛନ୍ତି। ୨୧ରୁ ୨୬ ବର୍ଷ ମଧ୍ୟରେ ଅଧିକ ଝିଅଙ୍କୁ ସଫଳତା ମିଳିଥିବା ରିପୋର୍ଟ ଦର୍ଶାଯାଇଛି। ଗବେଷକ ତଥା ଶିକ୍ଷାବିତ୍‌ ରୋହିତ୍‌ ପାରିଖଙ୍କ ଦ୍ୱାରା ହୋଇଥିବା ଏହି ସର୍ଭେରୁ ଜଣାପଡ଼ିଛି ଯେ, ଦେଶର ଯୁବବର୍ଗ ୨୪ରୁ ୨୬ ବର୍ଷ ବୟସରେ ନିଜ ଭବିଷ୍ୟତ ସମ୍ପର୍କରେ ଅଧିକ ଚିନ୍ତା କରିଥାନ୍ତି।

Share