ଝିଅମାନେ କେଉଁ ପ୍ରକାରର ପୁଅଙ୍କ ପ୍ରତି ବେଶ୍ ପ୍ରଭାବିତ ହୋଇଥାନ୍ତି ତାହା ଜାଣିବାକୁ ଯୁବକମାନେ ସବୁବେଳେ ଚାହିଁଥାନ୍ତି। ପୁଅଙ୍କର କେଉଁ ପ୍ରକାରର ପର୍ସନାଲିଟି ପ୍ରତି ଝିଅମାନେ ବେଶ୍ ଆକର୍ଷିତ ହୁଅନ୍ତି ତାହାକୁ ନେଇ ଅନେକ ପ୍ରକାରର ରିସର୍ଚ୍ଚ ମଧ୍ୟ ହୋଇଛି । ମନୋବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସବୁ ବୟସର ଝିଅମାନଙ୍କୁ ନେଇ ଏହି ପରୀକ୍ଷା କରିଥିଲେ। ଏଥିରୁ ଜଣାପଡିଲା ଯେ, ପୁଅଙ୍କୁ ପସନ୍ଦ କରିବା ପାଇଁ ଝିଅଙ୍କ ପାଖରେ କୌଣସି ଗୋଟିଏ କାରଣ ନ ଥାଏ। ସମସ୍ତଙ୍କ ପସନ୍ଦ ଭିନ୍ନ ଭିନ୍ନ ହୋଇଥାଏ। କାହାକୁ ଥଟ୍ଟା-ମଜା କରୁଥିବା ପୁଅ ପସନ୍ଦ ତ ଆଉ କାହାକୁ ସାଧାସିଧା ପୁଅ। ତେବେ ପରୀକ୍ଷା ଆଧାରରେ କେଉଁ ପ୍ରକାରର ପୁଅଙ୍କ ପ୍ରତି ଝିଅମାନେ ବେଶ୍ ପ୍ରଭାବିତ ହୁଅନ୍ତି ଜାଣିବା ସେ ବିଷୟରେ…
ପରଫ୍ୟୁମ୍ ଲଗାଉଥିବା ପୁଅ:
ଇଣ୍ଟରନ୍ୟାସନାଲ ଜର୍ଣ୍ଣାନ ଅଫ୍ କସ୍ମେଟିକ୍ ସାଇନ୍ସରେ ପ୍ରକାଶିତ ଆର୍ଟିକଲ ଅନୁସାରେ, ଅଧିକାଂଶ ଝିଅମାନେ ପରଫ୍ୟୁମ୍ ଲଗାଉଥିବା ପୁଅମାନଙ୍କୁ ପସନ୍ଦ କରିଥାନ୍ତି।
ଫ୍ଲଟ କରୁଥିବା ପୁଅମାନେ: ଫ୍ଲଟ୍ କରୁଥିବା ପୁଅମାନଙ୍କୁ ଝିଅମାନେ ପସନ୍ଦ କରନ୍ତି ନାହିଁ ବୋଲି କୁହାଯାଏ। ମାତ୍ର ଗବେଷଣାରୁ ଏହା ଭୁଲ ପ୍ରମାଣିତ ହୋଇଛି। ଆମେରିକାର ପ୍ରସିଦ୍ଧ ଲେଖିକା ହେଲେନ ଫିଶରଙ୍କ କହିବାନୁଯାୟୀ, ଅଧିକାଂଶ ମହିଳାଙ୍କୁ ପୁରୁଷଙ୍କ ଫ୍ଲଟ ପସନ୍ଦ ଆସିଥାଏ। ମହିଳାମାନେ ସେମାନଙ୍କ ପ୍ରଶଂସା ଶୁଣିବାକୁ ମଧ୍ୟ ପସନ୍ଦ କରିଥାନ୍ତି।
ବୟସରେ ବଡ଼: ଅଧିକାଂଶ ଝିଅମାନେ ନିଜଠାରୁ ବୟସରେ ବଡ଼ ପୁଅଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ଝିଅମାନେ ନିଜଠାରୁ କମ୍ ବୟସର ପୁଅଙ୍କୁ ପସନ୍ଦ କରି ନ ଥାନ୍ତି।
ଲାଲ ରଙ୍ଗ: ଚାଇନା, ଇଂଲଣ୍ଡ, ଜର୍ମାନ ଏବଂ ଆମେରିକାରେ ହୋଇଥିବା ଏକ ପରୀକ୍ଷାରୁ ଏହା ଜଣାପଡ଼ିଛି ଯେ, ଝିଅମାନେ ଲାଲ ରଙ୍ଗପ୍ରତି ବେଶ୍ ଆକର୍ଷିତ ହୋଇଥାନ୍ତି। ଲାଲ ରଙ୍ଗର ପୋଷାକ ପିନ୍ଧିଥିବା ପୁଅଙ୍କୁ ଝିଅମାନେ ବେସି ପସନ୍ଦ କରିଥାନ୍ତି।