ସିମୁଳିଆ,୨୦ା୧(ସନ୍ତୋଷ ନାୟକ): ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ପାଖରେ ଟଙ୍କା ନାହିଁ। ଫଳରେ ଦିବ୍ୟାଙ୍ଗ ଝିଅ ଓ ପୁଅ ଘରଘର ବୁଲି ସହାୟତା ମାଗୁଛନ୍ତି। ସେମାନଙ୍କ ଅସହାୟତା ଦେଖି ସ୍ଥାନୀୟ ସହାୟତାର ହାତ ବଢ଼ାଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅବଝୁଣା ପଞ୍ଚାୟତ ଅଧୀନ ସେମନାଥପୁର ଅଞ୍ଚଳରେ। ସୋମନାଥପୁରର ମାନସିକ ବିକୃତ ରନତ୍ାକର ଜେନାଙ୍କ ସ୍ତ୍ରୀ ଜେମାମଣି ୫ଦିନ ପୂର୍ବେ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ଶୁଦ୍ଧିକ୍ରିୟା ପାଇଁ ତାଙ୍କ ଦିବ୍ୟାଙ୍ଗ ଝିଅ ସରସ୍ବତୀ ଓ ପୁଅ ଭରତ ଦ୍ୱାରଦ୍ୱାର ବୁଲି ଲୋକଙ୍କୁ ସହାୟତା ମାଗୁଛନ୍ତି। ଖବରପାଇ କଂଗ୍ରେସ ନେତା ହିମାଂଶୁ ଶେଖର ବେହେରା ଶୁକ୍ରବାର ଏହି ପରିବାର ନିକଟରେ ପହଞ୍ଚତ୍ ୫ହଜାର ଟଙ୍କା ସହାୟତା ଯୋଗାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଜେମାମଣିଙ୍କ ସ୍ବାମୀ, ଝିଅ ଓ ପୁଅ ଦିବ୍ୟାଙ୍ଗ। ଝିଅ ଦିବ୍ୟାଙ୍ଗ ହୋଇଥିବାରୁ ବିବାହ ପରେ ତାଙ୍କୁ ଶାଶୁଘର ଲୋକେ ବିଦା କରିଦେଇଥିଲେ। ଜେମାମଣି ପଡ଼ୋଶୀଙ୍କ ଜମିରେ ଭାଗଚାଷ କରି ପରିବାର ପୋଷୁଥିଲେ। ଚଳିତ ବର୍ଷ ଜେମାମଣି କରିଥିବା ଧାନ ବିକ୍ରି ଟଙ୍କା ଓ ପଡ଼ୋଶୀଙ୍କ ସହାୟତାରେ ତାଙ୍କ କ୍ୟାନସର ରୋଗର ଚିକିତ୍ସା ଚାଲିଥିଲା। ତେବେ ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ବେସାହରା ହୋଇଯାଇଛନ୍ତି।