ଝିଅମାନେ ଭଲ ପାଠ ପଢିଲେ କରିପାରିବେ ନିଜ ଭବିଷ୍ୟତ ନିର୍ଦ୍ଧାରଣ: ବେଟି ବଚାଓ, ବେଟି ପଢାଓକୁ ଗୁରୁତ୍ୱ

ଦାରିଙ୍ଗବାଡି, ୮।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି। ଜଣେ ଝିଅ ଭଲ ପାଠ ପଢିଲେ ନିଜ ଭଲ ଭବିଷ୍ୟତ ନିର୍ଦ୍ଧାାରଣ କରିବାରେ ସହାୟକ ହେବେ। ଝିଅମାନେ ସମାଜରେ କିଭଳି ସୁରକ୍ଷିତ ରହିବେ ବାଲ୍ୟ ବିବାହ କରିବେନି, ଶିଶୁ ଶ୍ରମିକ ଭାବେ କୋଉଠି କାର୍ଯ୍ୟ କରିବେନି ଓ ନିର୍ଯାତନା ପାଇବେନି ସେଥିପ୍ରତି ଏଠାରେ ଗୁରୁତ୍ୱ ଦିଆଯାଇ ପରାମର୍ଶ ଦିଆଯାଇଥିଲା। ସେହିପରି ଝିଅମାନଙ୍କ ସ୍ବାସ୍ଥ୍ୟ ଭଲ ରହିବା ସୁସ୍ଥ ସମାଜ ଗଠନ ପାଇଁ ଭଲ ଉତ୍ତମ ଖାଦ୍ୟ ଖାଇବା ଏଥିସହ ପୋଷଣକୁ ଅଧିକା ଗୁରୁତ୍ୱ ଦିଆଯାଇଛି।
ଏବେ ସବୁକ୍ଷେତ୍ରରେ କନ୍ୟା ମାନେ କାହାଠାରୁ କମ ନୁହଁନ୍ତି ସେମାନେ ଭଲ ପଢିବା ଓ ନିଜ ଭବିଷ୍ୟତ ଗଠନ କରିବାରେ ଆଗରେ ରହିଛନ୍ତି। ତେଣୁ ଝିଅ ମାନଙ୍କ ନିକଟରେ ଅନେକ ପ୍ରତିଭା ଲୁକ୍କାୟିତ ଭାବେ ରହିଛି ତାକୁ ଲୋକଲୋଚନକୁ ଆଣିବା ଜରୁରୀ ରହିଛି ଅତିଥିମାନେ ମତପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଗଦାଧର ପାତ୍ର ଯୋଗଦେଇଥିବାବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଠ, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା, ଏବିଇଓ ବନମାଳୀ ମାଝୀ, ପ୍ରଧାନ ଶିକ୍ଷକ ଅଜୟ କୁମାର ଜେନା, ପ୍ରେମ ଅନୁଷ୍ଠାନର ରଶାନ୍ତ ପାଲଟା ସିଂ, ସୁପରଭାଇଜର ଶକୁନ୍ତଳା ନାୟକ, ପ୍ରଭାତୀ ମଞ୍ଜରୀ ଦାସ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ତାଙ୍କ ଭବିଷ୍ୟତ ପାଇଁ ଅନେକ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚନା ଓ ଥିମ ରହିଥିଲା ‘ପୋଷଣ ବି ପଢାଇବି’କୁ ଗୁରୁତ୍ୱ ବି ଏହାର ଅର୍ଥ ପୋଷଣ ବି ଆବଶ୍ୟକ ଏବଂ ପଢିବା ମଧ୍ୟ ଜରୁରୀ ନେଇ ଆଲୋଚନା ହୋଇଥିଲ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତିତ୍ୱ ଅର୍ଜନ ଛାତ୍ରୀଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା।

Share