ତୃତୀୟ ଶ୍ରେଣୀରେ ବି ପାଠ ପଢ଼ିପାରିବେ ନାହିଁ ବାଳିକା: ତାଲିବାନର କଡ଼ା ନିର୍ଦ୍ଦେଶ…

କାବୁଲ,୬।୮ : ଆଫଗାନିସ୍ତାନରେ ତାଲିବାନ ଅଧିକାରୀମାନେ ୧୦ ବର୍ଷରୁ ଅଧିକ ବୟସ୍କ ବାଳିକାମାନଙ୍କୁ ପ୍ରାଥମିକ ବିଦ୍ୟାଳୟ ତୃତୀୟ ଶ୍ରେଣୀରେ ପାଠପଢ଼ିବାକୁ ବାରଣ କରିଛନ୍ତି। ତାଲିବାନ ଶାସିତ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ଗଜନୀ ପ୍ରଦେଶର ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସ୍ବଳ୍ପକାଳୀନ ପ୍ରଶିକ୍ଷଣ କ୍ଲାସକୁ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି।

ଫଳରେ ଏଣିକି ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ବାଳିକା ମାନଙ୍କୁ ପାଠପଢ଼ିବାକୁ ଅନୁମତି ଦିଆଯିବ ନାହିଁ।

ନିର୍ଦ୍ଦେଶ ଅନୁଯାୟୀ ବର୍ଷରୁ ଅଧିକ ବୟସ୍କ ବାଳିକାଙ୍କୁ ବିଦ୍ୟାଳୟରେ ପ୍ରବେଶ କରିବାକୁ ଦିଆଯାଉ ନାହିଁ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।]

କେତେକ ପ୍ରଦେଶରେ, ପ୍ରଚାର ଓ ମାର୍ଗଦର୍ଶନ ମନ୍ତ୍ରଣାଳୟ ର ସ୍ଥାନୀୟ କର୍ତ୍ତୃପକ୍ଷ ବାଳିକାମାନଙ୍କୁ ବୟସ ଆଧାରରେ ଅଲଗା କରିଦେଇଛନ୍ତି।
ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବା ତାଲିବାନର ଇତିହାସ ରହିଛି। ଆଫଗାନିସ୍ତାନରେ ଆମେରିକା ଏବଂ ନାଟୋ ନେତୃତ୍ୱାଧୀନ ଶାସନ ଛାଡିବା ପରେ ତାଲିବାନ ସେପ୍ଟେମ୍ବର ୨୦୨୧ରେ ବାଳିକାମାନଙ୍କୁ ମାଧ୍ୟମିକ ଶିକ୍ଷାକୁ ବାରଣ କରିଥିଲା ଏବଂ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ କେବଳ ବାଳକମାନଙ୍କ ପାଇଁ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲା।

ଗତ ଡିସେମ୍ବରରେ ଏହା କଲେଜ ଏବଂ ବିଶ୍ୱବିଦ୍ୟାଳୟ ଯାଉଥିବା ମହିଳାମାନଙ୍କୁ ନିଷିଦ୍ଧ କରିଥିଲା ଏବଂ ହଜାର ହଜାର ଲୋକଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଶିକ୍ଷା ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରତିବନ୍ଧକ ଲଗାଇଥିଲା।

ଗତ ମାସରେ, ଜାତିସଂଘ ତାଲିବାନକୁ ସମାଲୋଚନା କରି ଗତ କିଛି ମାସ ମଧ୍ୟରେ ଆଫଗାନିସ୍ତାନରେ ମହିଳା ଏବଂ ବାଳିକାଙ୍କ ଉପରେ ଶିକ୍ଷା ତଥା ନିଯୁକ୍ତି ଉପରେ ଅଧିକ ପ୍ରତିବନ୍ଧକ ଲଗାଇଥିଲା। ଏହି ଶାସନ ମହିଳାମାନଙ୍କୁ ସାଧାରଣ ଜୀବନ ଏବଂ କାର୍ଯ୍ୟର ଅଧିକାଂଶ କ୍ଷେତ୍ରରୁ ବାରଣ କରିଛି। ଏଥିରେ ଷଷ୍ଠ ଶ୍ରେଣୀ ପାଠପଢୂଥିବା ବାଳିକାମାନଙ୍କୁ ସ୍କୁଲ ଯିବାକୁ ବାରଣ କରାଯାଇଛି। ଆଫଗାନିସ୍ତାନ ମହିଳାମାନଙ୍କୁ ସ୍ଥାନୀୟ ତଥା ବେସରକାରୀ ସଂସ୍ଥାରେ କାର୍ଯ୍ୟ କରିବାକୁ ବାରଣ କରାଯାଇଛି। ଏପ୍ରିଲରେ ମିଳିତ ଜାତିସଂଘର କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ପ୍ରତିବନ୍ଧକ ବୃଦ୍ଧି କରାଯାଇଥିଲା।

Share