ବିବାହ ପାଇଁ ଉପଯୁକ୍ତ ଯୁବକ ବା ଯୁବତୀ ନ ମିଳିବା ଏକ ସାଧାରଣ ସମସ୍ୟା। କିନ୍ତୁ ଏହି ସମସ୍ୟାଟି ସେତେବେଳେ ଘଟିଥାଏ ଯେତେବେଳେ ଯୁବକର ଭଲ ଚାକିରି କିମ୍ବା ଭଲ ଘର ପରିବାର ନ ଥାଏ। ସେହିପରି ଝିଅମାନଙ୍କର ବିବାହରେ ବିଳମ୍ବ ହେବାର କାରଣ ହୁଏତ ସେମାନେ ଦେଖିବାକୁ ସୁନ୍ଦର ନ ହେବା କିମ୍ବା ଅନ୍ୟ କୌଣସି ଶାରୀରିକ ସମସ୍ୟା ହୋଇପାରେ। ବ୍ରାଜିଲରେ ଏକ ଗାଁ ଅଛି। ଯେଉଁଠାରେ ଝିଅମାନେ ସୁନ୍ଦର। ଘର କାମ କରିବା ସହିତ ଚାଷ କାର୍ଯ୍ୟ ମଧ୍ୟ କରନ୍ତି, ତଥାପି ସେହି ଗାଁର ୬୦୦ ଯୁବତୀଙ୍କ ମଧ୍ୟରୁ ୩୦୦ଜଣ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି। ଏହାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ। ଏହି ଗାଁର ଝିଅମାନେ ବିବାହ ପାଇଁ ଏକ ସର୍ତ୍ତ ରଖିଛନ୍ତି। ଏକ ସର୍ତ୍ତଟି ହେଉଛି ବିବାହ ପରେ ଝିଅଟି ନିଜ ଘରେ ହିଁ ରହିବେ। ପୁଅଟି ଝିଅ ଗାଁରେ ରହିବାକୁ ବାଧ୍ୟ। ମହିଳାମାନେ ଚାଷ କାର୍ଯ୍ୟର ଯତ୍ନ ନେବେ ଏବଂ ତାଙ୍କ ସ୍ବାମୀମାନେ ଗୃହ କାର୍ଯ୍ୟ କରିବେ। ଏହି କାରଣରୁ କୌଣସି ପୁଅ ଏହି ଗାଁରେ ବିବାହ କରିବାକୁ ରାଜି ନାହାନ୍ତି।
ମାରିଆ ସିନୋରିଆ ନାମକ ଜଣେ ମହିଳାଙ୍କ ଦ୍ୱାରା ୧୮୫୧ରେ ଏହି ଗାଁ ପ୍ରତିଷ୍ଠା କରାଯାଇଥିଲା। ମାରିଆଙ୍କ ତାଙ୍କ ପରିବାର ଲୋକେ ଝିଅ ହୋଇଥିବାରୁ ଘରୁ ବାହାର କରିଦେଇଥିଲେ। ଏହାପରେ ମାରିଆ ତାଙ୍କ ଗାଁରେ ରହୁଥିବା ଲୋକଙ୍କ ପାଇଁ ଏକ ନିୟମ କରିଥିଲେ ଯେ, ଏହି ଗାଁର ଝିଅମାନେ ବିବାହ ପରେ ନିଜ ଘର ଛାଡିବେ ନାହିଁ, ବରଂ ପୁଅକୁ ଆସି ସେମାନଙ୍କ ସହିତ ଏଠାରେ ରହିବାକୁ ପଡ଼ିବ। ଏହି କାରଣରୁ ଆଜି ଗାଁର କିଛି ଝିଅ ବର୍ଷ ବର୍ଷ ଧରି କୁମାରୀ ଅଛନ୍ତି।