‘ଦେଶର ଝିଅମାନେ ଉର୍ଫିଙ୍କଠାରୁ କିଛି ଶିଖିବା ଉଚିତ୍‌’

ମଡେଲ ଉର୍ଫି ଜାଭେଦ ତାଙ୍କ ଫ୍ୟାଶନ ଷ୍ଟାଇଲ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ସେ ତାଙ୍କର ଅନନ୍ୟ ଡ୍ରେସିଂ ସେନ୍ସ ପାଇଁ ଜଣାଶୁଣା। କିଛି ଲୋକ ଉର୍ଫିଙ୍କ ଫ୍ୟାଶନକୁ ପସନ୍ଦ କରୁଥିବାବେଳେ ଅନେକ ତାଙ୍କୁ ମଧ୍ୟ ଟ୍ରୋଲ କରନ୍ତି। ନିକଟରେ ଗାୟକ ତଥା ରାପର ହନି ସିଂ ଉର୍ଫି ଜାଭେଦଙ୍କୁ ପ୍ରଶଂସା କରିଛନ୍ତି।
ଆଜିକାଲି ହନି ତାଙ୍କର ନୂତନ ଆଲବମ ହନି ୩.୦ ପ୍ରମୋଟ କରିବାରେ ବ୍ୟସ୍ତ ଅଛନ୍ତି। ଉର୍ଫି ଜାଭେଦଙ୍କ ସହ କେବେ କାମ କରିବେ କି ନାହିଁ ପ୍ରଶ୍ନରେ ସେ କହିଛନ୍ତି, ମୁଁ ନିଶ୍ଚିତ ତାଙ୍କ ସହିତ କାମ କରିବି। ମୁଁ ସେହି ଝିଅକୁ (ଉର୍ଫି ଜାଭେଦ) ବହୁତ ପସନ୍ଦ କରେ। ସେ ବହୁତ ନିର୍ଭିକ ଏବଂ ସାହସୀ। ସେ ନିଜ ଜୀବନକୁ ନିଜ ପଦ୍ଧତିରେ ବଞ୍ଚିବାକୁ ଚାହୁଁଛନ୍ତି। ମୁଁ ଭାବୁଛି ଦେଶର ଝିଅମାନେ ତାଙ୍କଠାରୁ ଶିଖିବା ଉଚିତ୍‌। ଆପଣ କେଉଁ ଧର୍ମ, ଜାତି କିମ୍ବା ପରିବାରରୁ ଆସନ୍ତୁ, ଆପଣଙ୍କ ମନକୁ ଯାହା ଆସୁଛି ତାହା ବିନା ଦ୍ୱିଧାରେ ବା ବିନା ଭୟରେ କରନ୍ତୁ ।
ହନି ସିଂ ଦୀର୍ଘ ଦିନ ପରେ ନୂତନ ଆଲବମ ହନି ୩.୦ ସହିତ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ସେ ୨୦୨୨ରେ ‘ଭୁଲ ଭୁଲେୟା ୨’ ପାଇଁ ‘ଦେ ତାଲି’ ଗୀତ ରଚନା କରିଥିଲେ। ବର୍ତ୍ତମାନ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ସେଲଫି ଏବଂ ସଲମାନ ଖାନଙ୍କ ‘କିସି କା ଭାଇ କିସି କି ଜାନ’ରେ ହନି ସିଂଙ୍କ ଗୀତ ରହିବ।

Share