ସମାଜରେ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ନିଜଠାରୁ ଅନ୍ୟମାନଙ୍କ ବିଷୟରେ ଅଧିକ ଚିନ୍ତା କରିଥାନ୍ତି। ଏମାନେ କାହାର କଷ୍ଟ ଦେଖିପାରନ୍ତି ନାହିଁ। ସମସ୍ତଙ୍କର ସାହାଯ୍ୟ କରିବାକୁ ସବୁବେଳେ ପ୍ରସ୍ତୁତ ଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ କିଛି ଏଭଳି କିଛି ରାଶି ରହିଛି, ଯେଉଁଥିରେ ଜନ୍ମିତ ମହିଳାଙ୍କ ମଧ୍ୟରେ ଦୟା ଗୁଣ ଅଧିକ ଥାଏ। ଜାଣନ୍ତୁ…
ସିଂହ: ଏହି ରାଶିର ସ୍ବାମୀ ସୂର୍ଯ୍ୟ। କୁହାଯାଏ ସିଂହ ରାଶିର ଝିଅମାନେ ଦୟାବାନ ହୋଇଥାନ୍ତି। ବାହାରୁ ଦେଖିବାକୁ ଶକ୍ତ ହୋଇଥିଲେ ହେଁ ଭିତରୁ ଏମାନଙ୍କ ହୃଦୟ ବେଶ କୋମଳ। ଏମାନେ କାହାର ଦୁଃଖ ଦେଖିପାରନ୍ତି ନାହିଁ। ଅନ୍ୟର ସହାୟତା କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାନ୍ତି। ଦାନପୂଣ୍ୟ ଏମାନେ ଅଧିକ କରିଥାନ୍ତି। ଏଭଳି ଗୁଣ ଯୋଗୁ ସମାଜରେ ଏମାନେ ଭିନ୍ନ ପରିଚୟ ସୃଷ୍ଟି କରିଥାନ୍ତି।
ମକର: ଏହି ରାଶିର ଲୋକମାନଙ୍କ ଉପରେ ଶନି ଦେବଙ୍କ ବିଶେଷ କୃପା ରହିଥାଏ। କୁହାଯାଏ ମକର ରାଶିରେ ଜନ୍ମିତ ମହିଳାମନେ ସଚ୍ଚୋଟ,ସାହସୀ ଏବଂ କୋମଳ ହୃଦୟର ହୋଇଥାନ୍ତି। ତାଙ୍କୁ ଅନ୍ୟର ସହାୟତା କରିବାକୁ ଭଲ ଲାଗିଥାଏ। ହେଲେ ସେ ପ୍ରତିବଦଳରେ କାହାରିଠାରୁ କିଛି ଚାହିଁ ନ ଥାନ୍ତି। ସମାଜର କଲ୍ୟାଣ ପାଇଁ କିଛି ନା କିଛି କରିବାକୁ ଏମାନେ ଇଚ୍ଛା ରଖିଥାନ୍ତି। ପାଖରେ ଅଳ୍ପ ଧନ ଥିଲେ ବି ଏମାନେ ଦାନ କରିବାକୁ କୁଣ୍ଠାବୋଧ ହୋଇ ନ ଥାନ୍ତି।
କୁମ୍ଭ: ଏହି ରାଶିର ସ୍ବାମୀ ଗ୍ରହ ଶନି। କୁହାଯାଏ ଏଥିରେ ଜନ୍ମିତ ମହିଳାମାନଙ୍କ ହୃଦୟ ନିର୍ମଳ ଥାଏ। ଛଳ କପଟ ଏମାନଙ୍କ ଭିତରେ ନ ଥାଏ। ଅନ୍ୟକୁ ସୁଖୀ ଦେଖି ଏମାନେ ଖୁସି ହୋଇଥାନ୍ତି ଏବଂ ଦୁଃଖରେ ଦେଖି ଚିନ୍ତିତ ହୋଇଥାନ୍ତି। ଏମାନଙ୍କ ଭିତରେ ଦୟା ଭାବନା ଅଧିକ ଥାଏ। ଅନ୍ୟର ଖୁସି ପାଇଁ ଏମାନେ ନିଜ ଖୁସିକୁ ମଧ୍ୟ ତ୍ୟାଗ କରିବାକୁ ପଛାନ୍ତି ନାହିଁ।