ପ୍ରେମିକଙ୍କୁ ଏହି ୪ ମିଛ କଥା କହିଥାନ୍ତି ପ୍ରେମିକା

ପ୍ରେକିକା ସବୁବେଳେ ନିଜ ପ୍ରେମିକଙ୍କୁ ୪ଟି ମିଛ କହିଛନ୍ତି। ଆମେ କହୁନାହୁଁ, ବରଂ ଏକ ଅନୁସନ୍ଧାନରୁ ଏହା ଜଣାପଡ଼ିଛି। ଜାଣିବା ସେହି ୪ ମିଛ ବିଷୟରେ…

ପ୍ରଥମ ପ୍ରେମ: ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଅଧିକାଂଶ ଝିଅ ସେମାନଙ୍କର ବର୍ତ୍ତମାନ ପ୍ରେମିକଙ୍କୁ ନିଜର ପ୍ରଥମ ପ୍ରେମ ବୋଲି କହିଥାନ୍ତି। ସେମାନେ ନିଜର ପୂର୍ବତନ ପ୍ରେମିକ ବିଷୟରେ ଆଦୌ ହେଲେ କହି ନ ଥାନ୍ତି।

ନିଜପ୍ରତି ଦେଇ ନଥାନ୍ତି ଧ୍ୟାନ: ପ୍ରେମିକାମାନେ ଯେତେବେଳେ ନିଜ ପ୍ରେମିକଙ୍କୁ ଭେଟିବାକୁ ଯାଆନ୍ତି ସଜବାଜ ଉପରେ ବିଶେଷଭାବେ ଧ୍ୟାନ ଦେଇଥାନ୍ତି। ମାତ୍ର ସେମାନେ କୁହନ୍ତି, ମୋ ପାଖରେ ସମୟ ନାହିଁ, ମୁଁ ନିଜପ୍ରତି ଧ୍ୟାନ ଦିଏ ନାହିଁ ବୋଲି ସେମାନେ କୁହନ୍ତି।

 ପୋଷାକ ଖରାପ: ଝିଅମାନେ ନିଜର ସୌନ୍ଦର୍ଯ୍ୟ, ଲୁକ୍‌, ପୋଷାକ ଆଦି ଉପରେ ବିଶେଷଭାବେ ଧ୍ୟାନ ଦେଇଥାନ୍ତି। ଯେତେବେଳେ ସେମାନଙ୍କୁ ବାହାରକୁ ଯିବାର ଥାଏ, ସଜବାଜ ହୋଇ ପ୍ରେମିକଙ୍କୁ ନିଶ୍ଚିତ ପଚାରନ୍ତି ଯେ, ମୋର ପୋଷାକ ଖରାପ ଦେଖାଯାଇଛି? ମୁଁ ଭଲ ଦେଖାଯାଇ ନାହିଁ ଆଦି। ଏମିତିରେ ପ୍ରେମିକଙ୍କୁ ବୁଝି ବୁଚାରି ଉତ୍ତର ଦେବା ଆବଶ୍ୟକ।

ରାଗ ପ୍ରକାଶ କରନ୍ତି ନାହିଁ: ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଝିଅମାନେ ସେମାନଙ୍କ ରାଗକୁ ଖୋଲିକରି ପ୍ରକାଶ କରନ୍ତି ନାହିଁ। ଯେତେବେଳେ ପ୍ରେମିକ ସେମାନଙ୍କ ସହ କିଛି କଥାବାର୍ତ୍ତା କରିବାକୁ ଚେଷ୍ଟା କରନ୍ତି ଅବା ଯଦି ସେମାନେ କିଛି ପଚାରନ୍ତି ପ୍ରେମିକାଙ୍କ ଉତ୍ତର ଗୋଟିଏ ପଦରେ ଥାଏ ‘ମୁଁ ଜାଣି ନାହିଁ’। ଯଦି ପ୍ରେମିକା ଏମିତି ଉତ୍ତର ଦେଉଛନ୍ତି ବୁଝିଯିବା କଥା ଯେ, ସେମାନେ ରାଗରେ ଅଛନ୍ତି।