Categories: ରାଜ୍ୟ

ଚାକିରି ପ୍ରଲୋଭନ ଦେଇ ଯୁବତୀ ଚାଲାଣ

କୋରୁକୋଣ୍ଡା, ୫ା୫- ଚାକିରି ପ୍ରଲୋଭନ ଦେଇ ୪୦ରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ନିଆଯାଉଥିଲା ତାମିଲନାଡୁ। ସେମାନଙ୍କୁ କୁହାଯାଇଥିଲା ବଲାଙ୍ଗୀରର ଏକ ସିଲେଇ କମ୍ପାନୀରେ ଦିଆଯିବ ନିଯୁକ୍ତି। ପ୍ରଥମେ ୪୦ରୁ ଅଧିକ ଆଦିବାସୀ ଝିଅଙ୍କୁ ଏକ ପ୍ରାଥମିକ ବିଦ୍ୟାଳୟରେ ୧ ମାସ ଧରି ଦିଆଯାଇଥିଲା ସିଲେଇ ପ୍ରଶିକ୍ଷଣ। ଯୁବତୀଙ୍କୁ ନେବା ପାଇଁ ଆସିଥିଲା ତାମିଲନାଡୁର ଏକ ବସ୍‌। ବସଟି ତାମିଲନାଡୁର ହୋଇଥିବାରୁ ବଢ଼ିଥିଲା ସ୍ଥାନୀୟ ଲୋକଙ୍କ ସନ୍ଦେହ। ସେମାନେ ଏହାକୁ ବିରୋଧ କରିଥିଲେ। ତେବେ ଘଟଣା ସମ୍ପର୍କରେ ଅବଗତ ନା ଥିଲେ ଜିଲା ଅଧିକାରୀ। ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

Share