ଇସ୍ତଫା ଦେବେ ଗୀତା ଗୋପୀନାଥ

ୱାଶିଂଟନ୍‌,୨୦।୧୦: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ତାଙ୍କ ପଦରୁ ଇସ୍ତଫା ଦେବେ। ଏ ନେଇ ଆଇଏମ୍‌ଏଫ୍‌ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଗୋପୀନାଥ ଇସ୍ତଫା ଦେବା ପରେ ଆସନ୍ତା ଜାନୁୟାରୀରେ ହାଭାର୍ଡ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗକୁ ଫେରିବା ନେଇ ସୂଚନା ମିଳିଛି। ସେ ଆଇଏମ୍‌ଏଫ୍‌ରେ ୩ବର୍ଷ ଧରି କାର୍ଯ୍ୟରତ ଅଛନ୍ତି। ଗୋପୀନାଥ ଆଇଏମ୍‌ଏଫ୍‌ର ପ୍ରଥମ ମହିଳା ଓ ଦ୍ୱିତୀୟ ଭାରତୀୟ ଭାବେ ଏହି ସମ୍ମାନଜନକ ପଦବୀରେ ଅଛନ୍ତି। ସେ ମଧ୍ୟ ୨୦୦୩ରୁ ୨୦୦୬ ମଧ୍ୟରେ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଓ ପରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦାୟିତ୍ୱରେ ଥିଲେ।

Share