ରାଜ୍ୟ ବିଜେଡିର ସାଧରଣ ସମ୍ପାଦିକା ହେଲେ ଗୀତାଞ୍ଜଳି

ଡେରାବିଶ, ୨୧ା୦୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀ ଓ ଜିଲାର ବରିଷ୍ଠ ବିଜେଡି ନେତ୍ରୀ ଗୀତାଞ୍ଜଳି ସେଠୀଙ୍କୁ ବିଜୁ ଜନତା ଦଳ(ବିଜେଡି)ର ରାଜ୍ୟ ସାଧାରଣ ସମ୍ପାଦିକା ଭାବେ ମନୋନୀତ କରାଯାଇଛି। ଏ ନେଇ ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ା ଏହି ଖବର ପହଞ୍ଚିବା ପରେ ସମଗ୍ର ପାଟକୁରା ତଥା ଜିଲାର ବିଜେଡି କର୍ମୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ା ଏଥିପାଇଁ ଗୀତାଞ୍ଜଳି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ସମେତ ଦଳୀୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି ା
ଗତ ସାଧାରଣ ନିର୍ବାଚନରେ ପାଟକୁରା ଓ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରପାଇଁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମହିଳାମାନଙ୍କୁ ଏକାଠିକରି ପ୍ରଚାର ଅଭିଯାନରେ ଗୀତାଞ୍ଜଳିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ା ତେବେ ଏଭଳି ନିଯୁକ୍ତି ପରେ ଡେରାବିଶ ବ୍ଲକ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ, ଯୁବ ବିଜେଡି ସଭାପତି ଗୋଲକ ଚନ୍ଦ୍ର ସାହୁଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଗୀତାଞ୍ଜଳୀଙ୍କ ବାସଭବନକୁ ଯାଇ ସ୍ବାଗତ ଜଣାଇଛନ୍ତି ା ନିଜ ପ୍ରତିକ୍ରିୟା ରଖି ଗୀତାଞ୍ଜଳି କହିଛନ୍ତି ଦଳୀୟ କର୍ମୀ, ଯୁବକ, ଛାତ୍ର ଓ ମହିଳାଙ୍କ ସହଯୋଗ ଲୋଡି ସଂଗଠନକୁ ମଜଭୁତ କରିବାକୁ ସେ ସଂକଳ୍ପ ବଦ୍ଧ ା

Share