Categories: ଜାତୀୟ

୫ କୋଟି ଦିଅ, ନାହିଁତ କରିବୁ ଯୌନ ଉତ୍ପୀଡନ ମାମଲା, ପ୍ରଜ୍ୱଳ ରେଭାନ୍ନାଙ୍କ ଭାଇ ଲଗାଇଲେ ବ୍ଲାକମେଲ ଅଭିଯୋଗ

ନୂଆଦିଲ୍ଲୀ,୨୨।୬: ମିଥ୍ୟା ଯୌନ ଉତ୍ପୀଡ଼ନ ଅଭିଯୋଗରେ ପ୍ରଜ୍ୱଲ ରେଭାନ୍ନାଙ୍କ ଭାଇ ତଥା ଜେଡିଏସ ଏମଏଲସି ସୁରଜ ରେଭାନ୍ନାଙ୍କୁ ବ୍ଲାକମେଲ କରିବା ମାମଲା ସାମ୍ନାକୁ ଆସିଛି। କର୍ନାଟକର ହାସନ ଜିଲା ପୋଲିସ ଉଭୟ ବ୍ଲାକମେଲିଂ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି। ଏଫଆଇଆର ଅନୁଯାୟୀ ସୁରଜ ଏବଂ ତାଙ୍କ ପରିଚିତ ଶିବକୁମାର ଅଭିଯୁକ୍ତ ଚେତନ ଏବଂ ତାଙ୍କ ଭିଣୋଇଙ୍କ ବିରୋଧରେ ଅଭିଯୋଗ କରିଥିଲେ। କୁହାଯାଏ ଯେ ସୁରଜଙ୍କୁ ବଦନାମ ନକରିବା ବଦଳରେ ଦୁହେଁ ଟଙ୍କା ମାଗିଥିଲେ।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ଚେତନ ପ୍ରଥମେ ଶିବକୁମାରଙ୍କ ସହ ବନ୍ଧୁତା କରିଥିଲେ। ଏହା ପରେ ଆର୍ଥିକ ପ୍ରତିବନ୍ଧକକୁ ଦର୍ଶାଇ ସେ ତାଙ୍କୁ ଚାକିରି ପାଇବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ଶିବକୁମାର ଅନୁଭବ କଲେ ଯେ ସେ ଚେତନଙ୍କୁ ସାହାଯ୍ୟ କରିବା ଉଚିତ୍‌।। ତା’ପରେ ଲୋକ ସଭା ନିର୍ବାଚନ ସମୟରେ ଶିବକୁମାର ଚେତନଙ୍କୁ ସୁରଜ ରେଭାନ୍ନାଙ୍କ ସହ ପରିଚିତ କରାଇବାକୁ ରାଜି ହୋଇଥିଲେ। ସୂଚନାଯୋଗ୍ୟ, ସୁରଜଙ୍କ ଭାଇ ପ୍ରୱାଳ ରେଭାନ୍ନା ହେଉଛନ୍ତି ସେହି ବ୍ୟକ୍ତି ଯିଏ ଶହ ଶହ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି।

Share