ଏକେ-୪୭ ରାଇଫଲ ଦିଅ ୨ ଗାଈ ନିଅ

ଆବୁଜା, ୧୮।୭: ନାଇଜେରିଆରେ ସରକାର ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନା ଅନୁସାରେ ଦେଶରେ ଥିବା ଡକାୟତଙ୍କୁ ସମାଜର ମୁଖ୍ୟଧାରାରେ ପୁଣି ସାମିଲ୍‌ କରାଇବାର ଉଦ୍ୟମ ହେଉଛି। ଆତ୍ମସମର୍ପଣ କରୁଥିବା ଡକାୟତଙ୍କୁ ଏକେ-୪୭ ରାଇଫଲ ବଦଳରେ ୨ଟି ଗାଈ ପ୍ରଦାନ କରାଯାଉଛି। ଏହାର ଲାଳନପାଳନ କରି ସେମାନେ ଆର୍ଥିକ ଗୁଜରାଣ ମେଣ୍ଟାଇବେ ବୋଲି ସରକାର କହିଛନ୍ତି। ଦେଶର ଉତ୍ତର-ପଶ୍ଚିମ ଜମଫାରା ପ୍ରଦେଶରେ ସରାକରଙକ୍କ ପକ୍ଷରୁ ଏଭଳି ପ୍ରୟାସ ଆରମ୍ଭ ହୋଇଛି। ଏଠାରେ ଡକାୟତମାନେ ମୋଟର ସାଇକେଲରେ ଲୁଟ୍‌ କରିଥାନ୍ତି। ଲୋକେ ଅନ୍ୟ କାମ ନ କରି ଡକାୟତିକୁ ସହଜ ଜୀବିକା ଭାବେ ଗ୍ରହଣ କରିଥାନ୍ତି। ଏଠାରେ ଗୋଟିଏ ଗାଈର ଦାମ ୨୦୦ ଡଲାର ପଡୁଥିବାବେଳେ ଚୋରା ବଜାରରେ ମିଳୁଥିବା ଏକେ-୪୭ ରାଇଫଲର ଦାମ ୧,୨୦୦ ଡଲାର ରହିଥାଏ।

Share