Categories: ଜାତୀୟ

ହିସାବ ନ ମାଗି ହିସାବ ଦିଅ: ଶାହା

ନୂଆଦିଲ୍ଲୀ,୧୩।୨: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ କଂଗ୍ରେସ ଗତ ୧୭ ମାସ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ହିସାବ ମାଗି ଆସୁଛି। ତେବେ କଂଗ୍ରେସ ଦେଶର ସାଧାରଣ ଲୋକଙ୍କ ପାଇଁ କ’ଣ କରିଛି ତାହାର ହିସାବ ଦେବା ସମୟ ଆସିଛି। କଂଗ୍ରେସ ୭୦ ବର୍ଷର ହିସାବ ଦେବାର ଆବଶ୍ୟକତା ରହିଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଲୋକ ସଭାରେ କହିଛନ୍ତି। ଜମ୍ମୁ-କଶ୍ମୀର ପୁନର୍ଗଠନ ସଂଶୋଧନ ବିଧେୟକ ଉପରେ ଚର୍ଚ୍ଚା ସମୟରେ ସେ ଏଭଳି କହିଛନ୍ତି। ଏବେ ରାଜ୍ୟରେ ବିକାଶ କାର୍ଯ୍ୟ ଜାରି ରହିଛି। କଂଗ୍ରେସ ୪ ପିଢ଼ିରେ କରି ନ ଥିବା କାର୍ଯ୍ୟ ଭାଜପା ମାତ୍ର ଦେଢ଼ ବର୍ଷରେ କରିଥିବା ସେ କହିଛନ୍ତି।

Share