Categories: ଜାତୀୟ

ଅର୍ଣ୍ଣବଙ୍କୁ ସିଧାସଳଖ ଗିରଫ କରିପାରିବ ନାହିଁ ମୁମ୍ବାଇ ପୋଲିସ

ମୁମ୍ବାଇ,୨୪।୩ : ଟେଲିଭିଜନ ରେଟିଂ ପଏଣ୍ଟ (ଟିଆରପି) ଦୁର୍ନୀତିରେ ରିପବ୍ଲିକ୍‌ ଟିଭିର ଏଡିଟର ଇନ୍‌ ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କୁ ସିଧାସଳଖ ଗିରଫ କରିପାରିବ ନାହିଁ ମୁମ୍ବାଇ ପୋଲିସ। ତାଙ୍କୁ ଗିରଫ କରିବାକୁ ହେଲେ ୩ ଦିନ ଆଗରୁ ନୋଟିସ ପଠାଇବାକୁ ପଡ଼ିବ। ଏ ନେଇ ମୁମ୍ବାଇ ପୋଲିସକୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅର୍ଣ୍ଣବଙ୍କୁ ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିବ ଓ ସେ କୌଣସି ସ୍ବତନ୍ତ୍ର ସୁରକ୍ଷା ଦାବି କରିପାରିବେ ନାହିଁ ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ରାଜ୍ୟ ସରକାରଙ୍କ ପକ୍ଷ ରଖୁଥିବା ଦୀପକ ଠାକରେ। କିନ୍ତୁ ବିଚାରପତି ଏସ୍‌. ଏସ୍‌. ଶିନ୍ଦେ ଓ ମନୀଷ ପିଟଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାକୁ ଖାରଜ କରି ଦେଇଛନ୍ତି।

ଗତ ୩ ମାସ ହେଲା ପୋଲିସ ଏହି ମାମଲାର ତଦନ୍ତ କରୁଛି। ହେଲେ ଏ ପର୍ଯ୍ୟନ୍ତ ଅର୍ଣ୍ଣବଙ୍କ ନାମ ଅଭିଯୁକ୍ତଙ୍କ ତାଲିକାରେ ସାମିଲ କରାଯାଇନାହିଁ। ଶୁଣାଣି ବେଳେ ଏହାକୁ ଗୁରୁତ୍ୱ ଦେଇଥିଲେ ଖଣ୍ଡପୀଠ। ଚାର୍ଜଶିଟରେ ଅର୍ଣ୍ଣବଙ୍କ ନାମ ଥିବାରୁ ତାଙ୍କ ମୁଣ୍ଡ ଉପରେ ଗିରଫ ହେବାର ଖଣ୍ଡା ଝୁଲୁଛି।

Share