ଘରର ଝରକା ହେଉ କି କବାଟ ସବୁଥିରେ କାଚ ବ୍ୟବହାର କଲେ ବହୁତ ସୁନ୍ଦର ଦେଖାଯିବ। ସବୁ ସିଜନରେ ବି ଘରେ ଗ୍ଲାସ ଲୁକ୍ ସ୍ବତନ୍ତ୍ର ମନେ ହୋଇଥାଏ…
ଘରର ଝରକାକୁ ବିଶେଷ ଭାବରେ କାଚରେ ତିଆରି କଲେ ତାହା ଅଧିକ ସୁନ୍ଦର ଦେଖାଯାଏ। ଏହା ସହିତ ଘରକୁ ଅଧିକ ଆଲୋକ ଆସିଥାଏ।
ଘରର ପୂର୍ବପଟକୁ ରହିଥିବା ଝରକାରେ ଗ୍ଲାସ ଲଗାନ୍ତୁ। ଏହା ଫଳରେ ସକାଳ ସୂର୍ଯ୍ୟକିରଣ ଘର ଭିତରକୁ ଆସିବା ସହିତ ଘରର ଲୁକ୍ ବହୁତ ସୁନ୍ଦର ଦେଖାଯିବ। ଏହା ସହ ଥଣ୍ଡା ଦିନେ ସୂର୍ଯ୍ୟକିରଣ ପଡିବା ଫଳରେ ବେଶ୍ ଆରାମ ଲାଗିବ।
ଆଜିକାଲି ହାଲ୍କା ତଥା ବିଶେଷ ଧରଣର କାଚ ମିଳୁଛି, ଯାହାକୁ ଫ୍ଲୋର ତଥା କାନ୍ଥ ଏବଂ କ୍ୟାବିନ୍ ତିଆରି କରିବା ପାଇଁ ମଧ୍ୟ ବ୍ୟବହାର କରାଯାଉଛି। କାଚରେ କ୍ୟାବିନ୍ କିମ୍ବା ଘର ତିଆରି କଲେ ଛୋଟ ଘର ହୋଇଥିଲେ ବି ତାହା ବଡ଼ ଭଳି ଲାଗିବ। ତେଣୁ ଘରର କାନ୍ଥରେ ବଡ଼ ଝରକା କରି ସେଥିରେ କାଚ ଲଗାଇଲେ ଘର ଡେକୋରେଟିଭ୍ ଲାଗିବ।
ଘରେ କାଚର ଅଧିକ ଫର୍ନିଚର ବ୍ୟବହାର କରନ୍ତୁ। ଏହା ଅଧିକ ସୁନ୍ଦର ଲାଗିବା ସହିତ ନୂଆ ଜିନିଷ ଭଳି ସବୁବେଳେ ମନେହେବ।
ଘରକୁ ପାର୍ଟିସନ୍ କରିବାକୁ ଚାହୁଁଥିଲେ ପରଦା କିମ୍ବା ଜାଲି ବଦଳରେ ଗ୍ଲାସ ବ୍ୟବହାର କରନ୍ତୁ। ଏହା ସୁନ୍ଦର ଲୁକ୍ ଦେଇପାରିବ।
ଘରର ଥାକ କିମ୍ବା ବୁକ୍ ସେଲ୍ଫରେ କାଚ ବ୍ୟବହାର କଲେ ଘରକୁ ଏକ ଭିନ୍ନ ଲୁକ୍ ମିଳିପାରିବ।