Categories: ଜାତୀୟ

ଗୋଟିଏ ଦିନ ପାଇଁ ସିବିଆଇ-ଇଡିକୁ ମୋତେ ଦିଅ, ଅଧା ଭାଜପା ନେତା ଜେଲ୍‌କୁ ଯିବେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୫।୧୧: ଦିଲ୍ଲୀ ଏମସିଡି ନିର୍ବାଚନକୁ ନେଇ ଭାଜପା ଏବଂ ଆମ୍‌ ଆଦମୀ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି। ଏହି କ୍ରମରେ ଶୁକ୍ରବାର ଆମ ଆଦ୍‌ମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି, ସିବିଆଇ-ଇଡି ମୋତେ ଗୋଟିଏ ଦିନ ପାଇଁ ଦିଅ, ଅଧା ଭାଜପା ନେତା ଜେଲକୁ ଯିବେ। ଗତ ୫ ବର୍ଷରେ ଆମେ ଏମସିଡିକୁ ୧ ଲକ୍ଷ କୋଟି ଟଙ୍କା ଦେଇଛୁ, କିନ୍ତୁ ଭାଜପା ଲୋକମାନେ ସମସ୍ତ ଟଙ୍କା ଖାଇଛନ୍ତି। ଏହା ଏକ ଦୁର୍ନୀତିଖୋର ଦଳ।
ସତ୍ୟେନ୍ଦ୍ର ଜୈନାଙ୍କ ସହ ଜଡିତ ପ୍ରଶ୍ନ ଉପରେ କେଜ୍‌ରିୱାଲ କହିଛନ୍ତି, ସିବିଆଇ-ଇଡି ମୋତେ ଗୋଟିଏ ଦିନ ହସ୍ତାନ୍ତର କର, ଭାଜପାର ଅର୍ଦ୍ଧେକ ଜେଲରେ ରହିବେ। ସେମାନଙ୍କ ହାତରେ ଅନୁସନ୍ଧାନକାରୀ ସଂସ୍ଥା ଅଛି। ଆମ ବିରୋଧରେ ଅନେକ ମାମଲା ଦାୟର କରାଯାଇଛି ତଥାପି କିଛି ପ୍ରମାଣ ମିଳିନାହିଁ। ଭାଜପା ସତ୍ୟେନ୍ଦ୍ର ଏବଂ ମନୀଷ ସିସୋଡିଆଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହୁଛି। ମନୀଷ ଅବକାରୀ ଦୁର୍ନୀତି କରି ୧୦ କୋଟି ଟଙ୍କା ଖାଇଗଲେ। ଏତେ ସନ୍ଧାନ ପରେ ବି ପରେ କିଛି ମିଳିଲା ନାହିଁ, ୧୦ କୋଟି ଟଙ୍କା କୁଆଡେ ଗଲା ବୋଲି କେଜ୍‌ରିଓ୍ବାଲ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଏମସିଡି ନିର୍ବାଚନ ଜିତିବା ପାଇଁ ପ୍ରତ୍ୟେକ ଦଳ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଗତ ୧୫ ବର୍ଷ ଧରି ଏମସିଡିରେ ଭାଜପା କ୍ଷମତାରେ ଅଛି ଏବଂ ଏଥର ଫେରିବା ପାଇଁ ସଂଘର୍ଷ କରୁଛି। ଆମ ଆଦମୀ ପାର୍ଟି ଭାଜପାକୁ କଡ଼ା ଟକ୍କର ଦେଉଛି।

Share