ହୋଟେଲରେ ବସି ଖାଇବା ବଦଳରେ ପାର୍ଶଲ ଦିଅନ୍ତୁ: ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୨।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ଦୁଇ ଦିନ ହେଲା ଦୈନିକ ସଂକ୍ରମଣ ୧୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଚି଼ହ୍ନଟ ହେବାରେ ଲାଗିଛନ୍ତି । ଆଜି ଆଉ ୧୩୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ହୋଟେଲ ଓ ଠେଲା ଗାଡ଼ିେରେ ଲୋକଙ୍କୁ ଖାଇବାକୁ ନ ନେଇ ପାର୍ଶଲ ଦେବାକୁ ଗୁରୁବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଳାଙ୍ଗେ ଅନୁରୋଧ କରିଛନ୍ତି। ହୋଟେଲରେ ଏକାଠି ଖାଇବା ବେଳେ ମାସ୍କ ପରିଧାନ ସମ୍ଭବ ନୁହେଁ। ଆପଣମାନଙ୍କ ଏହି ସହଯୋଗ ହେଲେ କୋଭିଡ୍‌ ସଂକ୍ରମଣକୁ ବନ୍ଦ କରିବାରେ ସହାୟକ ହୋଇପାରିବ ବୋଲି ଜିଲାପାଳ କହିଛନ୍ତି।

Share