Categories: ଜାତୀୟ

ଗରିବଙ୍କୁ ରାଶନ କାର୍ଡ ଦିଅ

ନୂଆଦିଲ୍ଲୀ, ୪।୬(ପି.ଟି.): ସମାଜର ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନକୁ ଆଣିବା ଲାଗି କେନ୍ଦ୍ର ସରକାର ଆଡଭାଇଜରି ଜାରି କରିଛନ୍ତି। ସେମାନଙ୍କୁ ତୁରନ୍ତ ରାଶନ କାର୍ଡ ଯୋଗାଇଦେବା ନିମନ୍ତେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଛି। ମହାମାରୀ ସଙ୍କଟ କାଳରେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ଖାଦ୍ୟଶସ୍ୟ ଅତି ଜରୁରୀ ହୋଇଥିବାବେଳେ ରାଶନ କାର୍ଡ ନ ଥିବାରୁ ସେମାନେ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ଏନ୍‌ଏଫଏସ୍‌ଏ ଅଧୀନରେ ୧.୯୭ କୋଟି ହିତାଧିକାରୀ ସାମିଲ କରିବା ସୁଯୋଗ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଖରେ ରହିଛି। ବର୍ତ୍ତମାନ ସୁଦ୍ଧା ୧୪ ରାଜ୍ୟ ସେମାନଙ୍କ କୋଟା ସମ୍ପୂର୍ଣ୍ଣ ପୂରଣ କରିଛନ୍ତି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ନିରାପତ୍ତା ଆଇନ ପରିସରଭୁକ୍ତ କରାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବାସହୀନ ଲୋକେ, ଜରି ଗୋଟାଳି ଏବଂ ରିକ୍ସା ଚାଳକଙ୍କ ଭଳି ଲୋକଙ୍କ ନିକଟରେ ପହଞ୍ଚତ୍ବା ପାଇଁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।

Share