କାନ୍ଥରେ ଲଗାନ୍ତୁ ଫିକା ରଙ୍ଗ:- ବେଡ୍ରମ୍ର କାନ୍ଥଗୁଡ଼ିକୁ ଫିକା ରଙ୍ଗରେ ସବୁବେଳେ ସୁସଜ୍ଜିତ କରନ୍ତୁ। ଏହା ଆଖିକୁ ସୁନ୍ଦର ଦେଖାଯିବା ସହ ମନକୁ ଶାନ୍ତି ପ୍ରଦାନ କରିଥାଏ। ହାଲକା ନୀଳ, ହାଲ୍କା ସବୁଜ, ଲାଭେଣ୍ଡର୍ ଆଦି ରୁମ୍ର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ। ଏହି ରଙ୍ଗଗୁଡ଼ିକ ଦିନବେଳା ଯେତିକି ସୁନ୍ଦର ଦେଖାଯାଏ, ରାତିରେ ଲାଇଟ୍ ପଡ଼ିଲେ ଆହୁରି ସୁନ୍ଦର ଏବଂ ବ୍ରାଇଟ୍ ଲାଗିଥାଏ।
ଡିଫରେଣ୍ଟ ଲାଇଟିଂ ବ୍ୟବସ୍ଥା କରନ୍ତୁ :-ବେଡ୍ରମ୍ଗୁଡ଼ିକରେ ଯେ କେବଳ ଓଭର୍ହେଡ଼୍ ଲାଇଟ୍ ବା ଟେବୁଲ୍ ଲ୍ୟାମ୍ପ ଲଗାଇବା ତାହା ନୁହେଁ, ବରଂ ଆମେ ଏହାକୁ ବିଭିନ୍ନ କାରର ରଙ୍ଗ ଆଲୋକ ଯଥା ଡିମର୍, ପେଣ୍ଡାଲ୍ ଲାଇଟ୍ରେ ସଜାଇ ପାରିବେ। ତେବେ ଲାଇଟ୍ଗୁଡ଼ିକ ଲଗାଇବା ସମୟରେ ଏହା ଯେପରି ରୁମ୍ର ସବୁ ଜାଗାରେ ପଡ଼ବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।
ରୁମ୍କୁ ସିଲିଂ କରନ୍ତୁ:-ବେଡ୍ରୁମ୍କୁ ଥଣ୍ଡା ରଖିବାକୁ ହେଲେ ରୁମ୍କୁ ସିଲିଂ କରିବା ଆବଶ୍ୟକ। ତା’ଛଡ଼ା ବର୍ତ୍ତମାନ ଇଣ୍ଟେରିଅର୍ ଡିଜାଇନିଂ ପାଇଁ ଅନେକ ପ୍ରକାରର ଏବଂ କଲରଫୁଲ୍ ସିଲିଂ କରାଯାଉଛି ଏବଂ ଏହାସହ ଲାଇଟ୍ ମଧ୍ୟ ଲଗାଯାଉଛି। ଆପଣ ଚାହିଁଲେ ବେଡ୍ରୁମ୍କୁ ଆଇକ୍ୟାଚି କରିବା ଲାଗି ଏଭଳି ସିଲିଂ କରାଇପାରିବେ।
ଇନ୍ଡୋର୍ ପ୍ଲାଣ୍ଟ ଦ୍ୱାରା ସଜାନ୍ତୁ:-ଇନ୍ଡୋର ପ୍ଲାଣ୍ଟ ଲଗାଇ ରୁମ୍କୁ ସଜାଇବା ଦ୍ୱାରା, ଏହା ରୁମ୍ର ସୌନ୍ଦର୍ଯ୍ୟ ବଢ଼ାଇବା ସହ ସକାରାତ୍ମକ ଚିନ୍ତା ସୃଷ୍ଟି କରିବା ସହ ହୃଦୟକୁ ଶାନ୍ତି ପ୍ରଦାନ କରିଥାଏ। କାକ୍ଟସ୍, ମନି ପ୍ଳାଣ୍ଟ, ଆଗ୍ଲୋନିମା, ଲକି ବାମ୍ବୋ,ସ୍ନେକ୍ପ୍ଲାଣ୍ଟ, ଟେରାରିୟମ୍ ଆଦି ଇନ୍ଡୋର୍ ପ୍ଲାଣ୍ଟ ଆପଣଙ୍କ ବେଡ୍ରୁମ୍କୁ ଆଟ୍ରାକ୍ଟିଭ୍ ଲୁକ୍ ଦେବ। ଏ ସବୁ ପ୍ଲାଣ୍ଟ ଆପଣଙ୍କୁ ଫ୍ରେସ୍ ଅକ୍ସିଜେନ୍ ଦେବାରେ ସାହାଯ୍ୟ କରିବ।