ଘରକୁ ଦିଅନ୍ତୁ ନୂଆ ଲୁକ୍‌

ଘରକୁ ସୁନ୍ଦର ଭାବରେ ସଜାଇ ରଖିଲେ ଘରେ ସକାରାତ୍ମକ ଶକ୍ତି ସୃଷ୍ଟି ହେବା ସହିତ ମନ ମଧ୍ୟ ପ୍ରଫୁଲ୍ଲ ରହିଥାଏ । ଏ ଦୃଷ୍ଟିରୁ ଘର ପରିବେଶକୁ କିପରି ସୁନ୍ଦର କରିବେ ଜାଣି ରଖନ୍ତୁ କିଛି ଟିପ୍ସ…

ଦୁଇ ତିନି ମାସ ଅନ୍ତରରେ ଘରର ସାଜସଜ୍ଜାକୁ ବଦଳାଇ ନୂଆ ରୂପ ଦିଅନ୍ତୁ। ଫଳରେ ମୁଡ୍‌ ଭଲ ରହିଥାଏ।
ଘରକୁ କୌଣସି ଥିମ୍‌ ଅନୁସାରେ ବି ସଜ୍ଜାଇ ପାରିବେ। କୌଣସି ନିର୍ଦ୍ଦିଷ୍ଟ ରଙ୍ଗ କିମ୍ବା ନିର୍ଦ୍ଦିଷ୍ଟ ରାଜ୍ୟର କିଛି ଡିଜାଇନ୍‌କୁ ଫଲୋ କରିପାରିବେ।
ନିଜ ପସନ୍ଦର ପୋଷ୍ଟର କିମ୍ବା ଷ୍ଟିକର ମଧ୍ୟ ଲଗାଇ ପାରିବେ।
ହୋମ୍‌ ଡେକରରେ ପରିବର୍ତ୍ତନ କରିବା ଫଳରେ ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଘର ସଜ୍ଜା ସମୟରେ ଘରର ସବୁଜିମା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। ଘର ବାହାରେ ଓ ଭିତରେ ସଜ୍ଜାଇବା ପାଇଁ ଆଜିକାଲି ସୁନ୍ଦର ସୁନ୍ଦର ଫୁଲକୁଣ୍ଡ ମିଳୁଛି। ସେସବୁକୁ ଘରେ ରଖି ଭିନ୍ନ ରୂପ ଦେଇପାରିବେ।
ଇନ୍‌ଡୋର ପ୍ଲାଣ୍ଟ ଲଗାଇ ଘରର ଲୁକ୍‌ ପରିବର୍ତ୍ତନ କରିବା ସହିତ ପ୍ରଦୂଷଣକୁ ବି କମ୍‌ କରିପାରିବେ। ସିଲଭର ପ୍ଲାଣ୍ଟର ରଖିବାର କ୍ରେଜ୍‌ ବଢ଼ିବାରେ ଲାଗିଛି। ପ୍ଲାଣ୍ଟ ଲାଇବା ଫଳରେ ଏହା ଘରକୁ ରୟାଲ ଲୁକ୍‌ ବି ଦେଇଥାଏ।