ପୁଣେ, ୭।୯: କେରଳରେ କୋଭିଡ୍ ସଂକ୍ରମଣ ବଢ଼ିଚାଲିଥିବା ବେଳେ ୧୨ ସପ୍ତାହ ପରିବର୍ତ୍ତେ ୪ ସପ୍ତାହ ପରେ କୋଭିଶିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ଦେବା ପାଇଁ ହାଇକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଯେଉଁମାନେ ଟିକା ନେବାକୁ ଚାହୁଁଛନ୍ତି, ସେମାନଙ୍କୁ ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ଦିଆଯାଉ। ଏଥିପାଇଁ କୋଓ୍ବିନ୍ ଆପ୍ରେ ପରିବର୍ତ୍ତନ କରିବା ଲାଗି ସରକାରଙ୍କୁ କୁହାଯାଇଛି। ଏହି ନିର୍ଦ୍ଦେଶନାମା କେବଳ ଘରୋଇ ସୂତ୍ରରୁ ଟିକା ନେଉଥିବା ଲୋକମାନଙ୍କ କ୍ଷେତ୍ରରେ ସୀମିତ। ସରକାରଙ୍କ ମାଗଣା ଟିକା ନେଉଥିବା ଲୋକଙ୍କ ପାଇଁ ଏହା ଲାଗୁ ହେବନାହିଁ।