ମହିଳା ପ୍ରାର୍ଥୀ ଦେବାକୁ କୁନ୍ଥୁ କୁନ୍ଥୁ, କଂଗ୍ରେସ-ଭାଜପା ପୁରା ପଛରେ

ଭୁବନେଶ୍ୱର,୯।୪: କେତେ ମହିଳାଙ୍କୁ ମିଳିଛି ଟିକେଟ୍‌? ଅଧାରୁ ଅଧିକ ଟିକେଟ୍‌ ବଣ୍ଟନରେ ମହିଳାଙ୍କ ନାଁ ନାହିଁ। ଯଦି ବିଜେଡି କଥା କହିବା ତେବେ ମହିଳା ପ୍ରାର୍ଥୀ କରିବାରେ ବିଜେଡି ସବୁଠାରୁ ଆଗରେ ରହିଛି। ଅନ୍ୟପଟେ ବାଲେଶ୍ୱର ଟିକେଟ୍‌ ଯଦି ଜଣେ ମହିଳା ପ୍ରାର୍ଥୀଙ୍କୁ ମିଳେ ତେବେ ଯାଇ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେବାରେ ଅଙ୍କ ଛୁଇଁପାରିବ ଦଳ। କୁହାଯାଉଛି ମହିଳା ପ୍ରାର୍ଥୀ ଉପରେ ଭରସା କରିପାରୁ ନାହାନ୍ତି କୌଣସି ରାଜନୈତିକ ଦଳ।

ନିର୍ବାଚନ ପୂର୍ବରୁ ମହିଳା ସଶକ୍ତିକରଣ ଓ ମହିଳାଙ୍କୁ ପ୍ରାଧାନ୍ୟ ଦେବା ଉପରେ ନାରା ଦେଉଥିଲେ ସବୁ ଦଳ। କେବଳ ବିଜେଡିକୁ ଛାଡିଦେଲେ କଂଗ୍ରେସ ଓ ଭାଜପା ମହିଳା ପ୍ରାର୍ଥୀ ଦେବାରେ ପଛରେ ଅଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି କି, ଦଳର ନେତୃତତ୍ୱ ମହିଳା ପ୍ରାର୍ଥୀଙ୍କୁ ଭରସା କରିପାରୁ ନାହାନ୍ତି। ବିଜେଡି ବର୍ତ୍ତମାନ ସୁଦ୍ଧା ୨୧ ଲୋକ ସଭା ଆସନରୁ ୨୦ ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଛି। ଏଥରୁ ୬ଜଣ ମହିଳାଙ୍କୁ ଟିକେଟ୍‌ ଦେଇଛି ଦଳ। ଯଦି BJD ବାଲେଶ୍ୱରରୁ ମହିଳାଙ୍କୁ ଟିକେଟ୍‌ ଦିଏ ତେବେ ଏହି ସଂଖ୍ୟା ୭ ହୋଇଯିବ। ଅର୍ଥାତ୍‌ ବିଜେଡି ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେବାରେ ଆଗରେ ରହିବ। ଯଦି ଅନ୍ୟଦଳ କଥା କହିବା ତେବେ ସେମାନେ ୧୬-୧୭ ପ୍ରତିଶତରେ ସୀମିତ ରହିଛନ୍ତି।

୩୩ପ୍ରତିଶତ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ବିଲ୍‌ ସଂସଦରେ ପାସ୍‌ ହୋଇଥିଲେ ମଧ୍ୟ ତାହା କେବଳ କାଗଜ କଲମରେ ସୀମିତ ରହିଛି। ତେବେ ରାଜନୈତିକ ଦଳ ମହିଳାଙ୍କୁ ଗୁରୁତ୍ୱ ଦେବା କଥା କହି ଆସୁଥିଲେ ବି ପ୍ରକୃତ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri