Categories: ଜାତୀୟ

ଆମକୁ ୧୫ ଦିନ ସମୟ ଦିଅ, କଶ୍ମୀର ସ୍ଥିତି କରିଦେବୁ ଠିକ୍‌…

ପାଟନା,୧୮।୧୦: ଜମ୍ମୁ-କଶ୍ମୀରରେ ରବିବାର ୨ ଜଣ ବିହାର ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଏହାକୁ ନେଇ ରାଜ୍ୟରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଦି ପାଇବାରେ ଲାଗିଛି। ଏହି ମର୍ମରେ ପୂର୍ବ ମୁଖ୍ୟମନ୍ତ୍ରୀ ଜୀତନ ରାମ୍‌ ମାଂଝି ଜମ୍ମୁ-କଶ୍ମୀରରୁ ଆତଙ୍କବାଦୀଙ୍କୁ ଲୋପ କରିବା ଲାଗି ନୂଆ ଶୈଳୀରେ ପ୍ରସ୍ତାବ ଦେଇଛନ୍ତି। ଜୀତନ କହିଛନ୍ତି କେନ୍ଦ୍ର ସରକାର ବିହାରବାସୀଙ୍କୁ ୧୫ ଦିନ ସମୟ ଦେଲେ, କଶ୍ମୀର ସ୍ଥିତି ଠିକ୍‌ ହୋଇଯିବ। ବିହାରବାସୀଙ୍କୁ ଲଗାତାର ଟାର୍ଗେଟ୍‌ କରାଯାଉଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।

ସେହିପରି ତେଜସ୍ବୀ ଯାଦବ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ଜମ୍ମୁ-କଶ୍ମୀରରେ ସମସ୍ୟା ଦେଖାଦେଉଥିବା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ମୃତ ଶ୍ରମିକଙ୍କ ମଧ୍ୟରେ ଅରରିଆ ଜିଲାର ୨ ଜଣ ଥିବାବେଳେ ଆହତ ଜଣଙ୍କ ବାଙ୍କାର ବାସିନ୍ଦା। ମୃତକଙ୍କ ପରିବାରଙ୍କୁ ମୁଖ୍ୟନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ପକ୍ଷରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି।

Share