Categories: ଜାତୀୟ

ଉତ୍ତରାଖଣ୍ଡର ଚାମୋଲିରେ ପୁଣି ହିମସ୍ଖଳନ : ରିଷି ଗଙ୍ଗା ନଦୀରେ ବଢ଼ିଲା ଜଳସ୍ତର

ଚାମୋଲି,୨୩।୪: ଭାରତ-ଚାଇନା ସୀମାକୁ ଲାଗିଥିବା ଉତ୍ତରାଖଣ୍ଡର ଚାମୋଲି ଜିଲାର ସୁମନା ଗାଁରେ ପୁଣି ଥରେ ଘଟିଛି ହିମସ୍ଖଳନ। ତେବେ ଏହି ଘଟଣାରେ କୌଣସି ମୃତାହତ ହୋଇଥିବା ଏ ପର୍ଯ୍ୟନ୍ତ ଖବର ମିଳି ନାହିଁ। ଏହି ଅଞ୍ଚଳରେ ଗତ କିଛି ଦିନ ହେଲା ଲାଗି ରହିଛି ବରଫ ବର୍ଷା। ଏହା ହିଁ ହିମସ୍ଖଳନ ପଛର କାରଣ ହୋଇପାରେ। କିନ୍ତୁ ହିମସ୍ଖଳନ ଯୋଗୁ ବିଭିନ୍ନ ସ୍ଥାନରେ ବିଚ୍ଛନ୍ନ ହୋଇଯାଇଛି ଯୋଗାଯୋଗ। ରୋଡ୍‌ ତିଆରି କାର୍ଯ୍ୟରେ ଲାଗିଥିବା ଶ୍ରମିକ ବରଫ ହଟାଉଛନ୍ତି।

ବର୍ଡର ରୋଡ୍‌ ଟାସ୍କ ଫୋର୍ସ (ବିଆରଟିଏଫ୍‌) କମାଣ୍ଡର କର୍ନଲ ମନୀଷ କପିଲ କହିଛନ୍ତି, ଭାରତ-ଚାଇନା ସୀମାକୁ ଲାଗିଥିବା ଉତ୍ତରାଖଣ୍ଡର ଜୋଶିମଥାରେ ହିମସ୍ଖଳନ ଘଟିଛି। ଏଥି ଯୋଗୁ ରିଷି ଗଙ୍ଗା ନଦୀର ଜଳସ୍ତର ୨ ଫୁଟ୍‌ ଉପରକୁ ଉଠିଛି।

ଉଲ୍ଲେଖଥାଉ କି, ଚଳିତ ବର୍ଷ ଫେବୃୟାରୀରେ ଏହି ଜିଲାରେ ହିମସ୍ଖଳନ ଘଟିବାରୁ ଧଉଳୀ ଗଙ୍ଗା ନଦୀରେ ଆସିଥିଲା ଭୟଙ୍କର ବନ୍ୟା। ଏଥିରେ ୨୬ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ ଲୋକଙ୍କ ଆଜି ବି ପତ୍ତା ମିଳିନାହିଁ।

Share