Categories: ଜାତୀୟ

ମଣିପୁର ହିଂସା ପ୍ରସଙ୍ଗରେ ମୋଦିଙ୍କୁ ନେଇ ଶତମୁଖ ଶଶି ଥରୁର୍‌

ନୂଆଦିଲ୍ଲୀ,୨୦।୭: କଂଗ୍ରେସ ନେତା ଶଶି ଥରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ହିଂସା ଉପରେ ନୀରବତା ଭାଙ୍ଗିଛନ୍ତି ନେଇ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ମୋଦି ଏ ବିଷୟରେ ସଂସଦରେ ଆଲୋଚନା କରୁଥିବାବେଳେ ଆମେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛୁ। ଥରୁର ଗଣମାଧ୍ୟମକୁ କହିଛନ୍ତି, ମୁଁ ବହୁତ ଖୁସି ଯେ ଶେଷରେ ପିଏମ ମୋଦି ଏ ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରିଛନ୍ତି। ବର୍ତ୍ତମାନ ସେ ଏହି ପ୍ରସଙ୍ଗରେ ସଂସଦରେ ସ୍ବର ଉତ୍ତୋଳନ କରିବା ଉଚିତ୍‌ ମୋଦିଜୀ ଏହି ପ୍ରସଙ୍ଗରେ କ’ଣ ଚିନ୍ତା କରୁଛନ୍ତି ତାହା ସାଂସଦମାନଙ୍କୁ କହିବା ଉଚିତ୍‌। ସରକାରଙ୍କର ଆଗାମୀ ପଦକ୍ଷେପ କଣ ରହିବ ସେନେଇ ସବିଶେଷ ଆଲୋଚନା କରିବା ଉଚିତ୍‌।

Share