ଗ୍ଲକୋମା ଚକ୍ଷୁ ପାଇଁ ଘାତକ

ଚକ୍ଷୁ ମନୁଷ୍ୟ ଶରୀରର ଏକ ମୂଲ୍ୟବାନ୍‌ ଅଙ୍ଗ ା ଆକାରରେ କ୍ଷୁଦ୍ର ସତ, ହେଲେ ଏହା ମାଧ୍ୟମରେ ହିଁ ଆମେ ପୃଥିବୀର ସବୁ ସୌନ୍ଦର୍ଯ୍ୟକୁ ଦେଖିପାରୁ, ମନଭରି ଉପଭୋଗ କରିପାରୁ ଏବଂ ସାରା ଜୀବନ ସେ ସ୍ମୃତିକୁ ଆଖିର ପରଦା ଦେଇ ହୃଦୟରେ ସାଇତି ରଖିପାରୁ ା ତେଣୁ ଏହାର ଯତ୍ନନେବା ଓ ଏହାକୁ ସୁରକ୍ଷିତ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…

ମଣିଷ ଶରୀରର ଅତ୍ୟନ୍ତ ମୂଲ୍ୟବାନ୍‌ ଅଙ୍ଗ ହେଉଛି ଆଖି। ଏହା ବିନା ପୃଥିବୀ ଅନ୍ଧାର। କାରଣ ଏହାଦ୍ୱାରା ଆମେ ସୁନ୍ଦର ପୃଥିବୀକୁ ଦେଖିପାରୁ ଏବଂ ଜୀବନର ସବୁ କାମ ସହଜରେ କରିପାରୁ। ବିଜ୍ଞାନଠାରୁ ଆରମ୍ଭକରି କଳା ଯାଏଁ ତଥା ସବୁ ଅତ୍ୟାଧୁନିକ କାମରେ ଆଖିର ଆବଶ୍ୟକତା ପଡ଼ିଥାଏ। ତେଣୁ ଆମର ଉପାଦେୟ ଅଙ୍ଗ ଆଖି ଦୁଇଟିକୁ ଅବହେଳା ନ କରି ସମସ୍ତ ପ୍ରକାର ଯନତ୍ ନେବା ସହ ସାମାନ୍ୟ ସମସ୍ୟା ଦେଖାଦେଲେ ନିୟମିତ ବ୍ୟବଧାନରେ ଚକ୍ଷୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଚିକିସତ୍ା କରିବା ଆବଶ୍ୟକ।
ପ୍ରାୟ ଚକ୍ଷୁ ଆଉଟ୍‌ଡୋରକୁ ଯେତେ ରୋଗୀ ଆସିଥାନ୍ତି ତନ୍ମଧ୍ୟରୁ ଅଧିକାଂଶ ରୋଗୀଙ୍କର ଦୃଷ୍ଟିଦୋଷ(ରିଫ୍ରାକ୍ଟିଭ ଏରର) କିମ୍ବା ଧଳା ମୋତିଆ(କାଟାରାକ୍ଟ)ର ସମସ୍ୟା ଥାଏ। ତେବେ କଳା ମୋତିଆ ବା ଗ୍ଲକୋମା ଆଖିର ଏମିତି ଏକ ରୋଗ ଯାହାଦ୍ୱାରା ଆଖି ଭିତରେ ଚାପ ବଢ଼ିଯାଏ ଏବଂ ଆସ୍ତେ ଆସ୍ତେ ଏହା ଚକ୍ଷୁ ଭିତରର ସ୍ନାୟୁ (ଅପ୍‌ଟିକ ନର୍ଭ)କୁ ଶୁଖାଇ ଦେଇଥାଏ। ମୂଳରୁ ଏହାର ଲକ୍ଷଣ ସହଜରେ ଜଣା ପଡ଼େନାହିଁ। ଏଥିରେ ତେରଛା (ସାଇଡ୍‌ ଭିଜନ)ରେ ପ୍ରଭାବିତ ହେଉଥିବା ବେଳେ ସିଧା ଦେଖିବାରେ (ସେଣ୍ଟ୍ରାଲ ଭିଜନ) ଅସୁବିଧା ହୁଏ ନାହିଁ।
ଦୃଷ୍ଟିଦୋଷ ଓ କାଟାରାକ୍ଟ ପରେ କଳା ମୋତିଆ ରୋଗୀଙ୍କ ସଂଖ୍ୟା ଅଧିକ। ଏବେ ବିଶ୍ୱରେ ୮ ମିଲିୟନ(୮୦୦ ଲକ୍ଷ) ଲୋକ ଗ୍ଲକୋମା ଭୋଗୁଛନ୍ତି। ୨୦୪୦ ମସିହାରେ ୧୧୧ ମିଲିୟନ ଲୋକଙ୍କୁ ଗ୍ଲକୋମା ହେବା ତଥା ସମ୍ପୂର୍ଣ୍ଣ ଆଖିର ଦୃଷ୍ଟିଶକ୍ତି ନଷ୍ଟହେବା ଆଶଙ୍କା ରହିଛି।
ବୟସ: ଏହା ପ୍ରାୟ ୪୦ ବର୍ଷ ବା ତଦୂର୍ଦ୍ଧ୍ୱ ଉଭୟ ମହିଳା ଓ ପୁରୁଷଙ୍କ ଠାରେ ଦେଖାଦେଇଥାଏ। କିନ୍ତୁ ଏହା ବଂଶଗତ ହେବା ଯୋଗୁ ଅଳ୍ପ ବୟସରୁ ମଧ୍ୟ ହେବା ଆଶଙ୍କା ରହିଛି।
କାରଣ: ଏହା ମୁଖ୍ୟତଃ ବଂଶଗତ ହୋଇଥାଏ। ତେଣୁ ପରିବାରରେ ଆଗରୁ କାହାର କଳା ମୋତିଆ ଥିଲେ ଏହା ହୋଇପାରେ। ତା’ଛଡ଼ା ମଧୁମେହ, ଉଚ୍ଚ ରକ୍ତଚାପ ରୋଗ ତଥା ବେଶି ମାତ୍ରାରେ ଷ୍ଟିରଏଡ୍‌ ଔଷଧ ସେବନ, ଆଖିର ମାତ୍ରାଧିକ ଚାପ, ଆଗରୁ ଆଖିରେ ମାଡ଼ ବା ଆଘାତ ହୋଇଥିଲେ କଳା ମୋତିଆ ହେବା ଆଶଙ୍କା ଥାଏ।
ଲକ୍ଷଣ: ଅସହ୍ୟ ମୁଣ୍ଡ ବ୍ୟଥା, ଆଖିରେ ଯନ୍ତ୍ରଣା, ଚଷମା କାଚର ବାରମ୍ବାର ପାୱାର ବଦଳିବା, ଆଲୋକ ଚାରିପଟେ ରଙ୍ଗିନ ବୃତ୍ତ ଦେଖାଯିବା, ହଠାତ୍‌ ଆଖି ଲାଲ୍‌ ପଡ଼ିଯାଇ ଆଖିକୁ ଭଲ ଭାବେ ଦେଖା ନ ଯିବା, ଦୃଷ୍ଟିର ପରିସୀମା ସୀମିତ ହୋଇଯିବା ଇତ୍ୟାଦି ଏହାର ମୁଖ୍ୟ ଲକ୍ଷଣ। ଏମିତିକି ଏଥିରେ କାହା କାହାର ସବୁଦିନ ପାଇଁ ଦୃଷ୍ଟିଶକ୍ତି ନଷ୍ଟ ମଧ୍ୟ ହୋଇଯାଏ।
ଉପରୋକ୍ତ ଲକ୍ଷଣ ସବୁ ପ୍ରକାଶ ପାଇଲେ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା କରାଇନେବା ଦରକାର। ତେଣୁ ୪୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ରୋଗୀମାନଙ୍କର ଚକ୍ଷୁର ପ୍ରେସର ମାପିବା ବି ଜରୁରୀ।
ଚିକିସତ୍ା: ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଆଖିରେ ଡ୍ରପ୍‌ ପକାଇବା, ଲେଜର ସର୍ଜରି ବା ସର୍ଜରି କରାଯାଇ ଦୃଷ୍ଟିଶକ୍ତି ନଷ୍ଟହେବାରୁ ରକ୍ଷା କରାଯାଇଥାଏ।
କଳା ମୋତିଆ ଏକ ମାରାମତ୍କ ରୋଗ ଓ ନୀରବ ଘାତକ। ଏହାର ଗୁରୁତ୍ୱ ଓ ଜଟିଳତାକୁ ଉପଲବ୍ଧି କରିବା ପାଇଁ ତଥା ସଚେତନତା ସୃଷ୍ଟି କରିବା ପାଇଁ ସାରା ବିଶ୍ୱରେ ‘ବିଶ୍ୱ ଗ୍ଲକୋମା’ ସପ୍ତାହ ପାଳିତ ହେଉଛି। ଆସନ୍ତୁ, ସମସ୍ତେ ସଚେତନ ହେବା ଏବଂ ଆମ ଶରୀରର ଏକ ଜରୁରୀ ଓ ମୂଲ୍ୟବାନ୍‌ ଅଙ୍ଗକୁ ରକ୍ଷାକରିବା ପାଇଁ ବଦ୍ଧ ପରିକର ହେବା।

ଡା. ସୋନାଲି ଷଡ଼ଙ୍ଗୀ
– ଚକ୍ଷୁ ବିଶେଷଜ୍ଞ
ଲିଙ୍କ୍‌ରୋଡ୍‌, କଟକ-୧୨


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାର ଘରୋଇ ଉପାୟ…

ଫିଟ୍‌ ଆଣ୍ଡ ଫାଇନ୍‌ ରହିବାକୁ ହେଲେ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ। ସେଥିପାଇଁ କିଏ କେତେ ଉପାୟ ଆପଣାଇଥାନ୍ତି। କିଛି ଲୋକ ଓଜନ...

ଘରେ ଝାଡ଼ୁକୁ ରଖୁଛନ୍ତି କି ଏମିତି ତେବେ ନିହାତି ଜାଣନ୍ତୁ…

ଝାଡ଼ୁ ଦ୍ବାରା ଘରକୁ କେବଳ ସଫା କରାଯାଏନି, ଐଶ୍ୱର୍ଯ୍ୟ ବୃଦ୍ଧିରେ ମଧ୍ୟ ଏହା ବେଶ୍‌ ସହାୟକ ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଘରେ ଝାଡ଼ୁକୁ କିପରି ବ୍ୟବହାର...

୨୦୨୫ରେ ଏହି ୩ ରାଶି ବ୍ୟକ୍ତିଙ୍କର ଚମକିବ ଭାଗ୍ୟ

ନୂତନ ବର୍ଷ ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏହି ବର୍ଷ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,...

ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଥିଲେ ଖାଆନ୍ତୁ ଏସବୁ…

ସାଧାରଣତଃ ଶୀତଦିନେ ପାଳଙ୍ଗ ଶାଗ, ମେଥିଶାଗ, ସୋରିଷ ଶାଗ ଓ ମୂଳା ଶାଗ ଅଧିକ ପରିମାଣରେ ମିଳିଥାଏ। ଏଥିରେ ଭିଟାମିନ୍‌-ଏ, ଭିଟାମିନ୍‌ ‘ସି’, ଭିଟାମିନ୍‌ ‘ଇ’,...

ଡାଇବେଟିସ୍‌ ସମସ୍ୟା ଥିଲେ…

ଯଦି ଆପଣ ଡାଇବେଟିସ୍‌ରେ ଆକ୍ରାନ୍ତ ତେବେ ପ୍ରଥମ କଥା ହେଲା ନିୟମିତ ସମୟ ଅନ୍ତରାଳରେ ରକ୍ତରେ ସୁଗାର ପରିମାଣ କେତେ ରହୁଛି ତାହା ମାପି ନିଅନ୍ତୁ।...

ଦୂର ସାଗରର ଝଡ଼

ଜଳର ବଳ: ବାୟୁରେ ଅସଂଖ୍ୟ ଜଳୀୟବାଷ୍ପ କଣିକା ଅଦୃଶ୍ୟ ରୂପେ ଥାଏ। ଶୀତଳବାୟୁର ଜଳୀୟବାଷ୍ପ ଧାରଣ କ୍ଷମତା ସୀମିତ ଥିଲାବେଳେ ଖରାଦିନର ଗରମ ବାୟୁ ଯଥେଷ୍ଟ...

ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର

ପୃଥିବୀ କକ୍ଷରେ ରହି ଏହାକୁ ପରିକ୍ରମଣ କରୁଥିବା ଏକ କୃତ୍ରିମ ସଂରଚନା ହେଉଛି ଅନ୍ତରୀକ୍ଷ କେନ୍ଦ୍ର। ଏଥିରେ ଅନେକ ଦିନ ପର୍ଯ୍ୟନ୍ତ ରହି ମହାକାଶଚାରୀମାନେ ଗବେଷଣା...

ସେଲିବ୍ରିଟିମାନେ ପିଉଥିବା ବ୍ଲାକ ଓ୍ବାଟରର ଉପକାରିତା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୬।୧୧: ଆମେ ସମସ୍ତେ କଳା ଜଳ ବା ବ୍ଲାକ ଓ୍ବାଟରର ନାମ ଅର୍ଥାତ୍‌ କ୍ଷାରୀୟ ଜଳର ନାମ ଶୁଣିଛୁ । ଆପଣ ପ୍ରାୟ ପ୍ରତ୍ୟେକ ସେଲିବ୍ରିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri