Categories: ବାଣିଜ୍ୟ

ଗ୍ଲେନମାର୍କ ଲାଇଫ୍‌ ସାଇନ୍ସେଜ୍‌କୁ କିଣିବ ନିର୍‌ମା

ନୂଆଦିଲ୍ଲୀ,୨୨।୯: ଗ୍ଲେନମାର୍କ ଲାଇଫ୍‌ ସାଇନ୍ସେଜ୍‌କୁ କିଣିବ ନିର୍‌ମା ଲିମିଟେଡ୍‌। ଔଷଧ କମ୍ପାନୀ ଗ୍ଲେନମାର୍କ ଫାମାସୁଟିକାଲ୍ସର ସହଯୋଗୀ କମ୍ପାନୀ ଗ୍ଲେନମାର୍କ ଲାଇଫ ସାଇନ୍ସେଜ୍‌ରେ ୭୫% ଅଂଶଧନକୁ ନିର୍‌ମା କମ୍ପାନୀ କିଣିବ ବୋଲି ସ୍ପଷ୍ଟ ହୋଇଛି। ଏହି ବିକ୍ରି ଶେୟାର ପିଛା ୬୧୫ ଟଙ୍କାରୁ ହୋଇଥିବା ବେଳେ ମୋଟ ୫,୬୫୧.୫ କୋଟି ଟଙ୍କାରେ ଚୁକ୍ତି ହୋଇଛି।

Share