Categories: ଖେଳ

ନ୍ମଦିନ ପାର୍ଟିରେ ପଡ଼ି ମ୍ୟାକ୍ସଓ୍ବେଲ ଆହତ

ମେଲ୍‌ବୋର୍ନ,୧୩ା୧୧: ଅଲ୍‌ରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଏକ ଜନ୍ମଦିନ ପାର୍ଟିରେ ପଡ଼ିଯିବାରୁ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏଥିରେ ଗୋଡ଼ ଫ୍ରାକ୍‌ଚର ହୋଇଥିବା ବେଳେ ୨୦୨୩ ଭାରତ ଗସ୍ତରୁ ସେ ବାଦ୍‌ ପଡ଼ିବା ପ୍ରାୟ ସମ୍ଭାବନା ରହିଛି।

ବାମ ଗୋଡ଼ର ଫିବୁଲା (ନଳିହାଡ଼) ଭାଙ୍ଗିଥିବା ବେଳେ ରବିବାର ତାଙ୍କର ଅସ୍ତ୍ରୋପଚାର ହୋଇଛି। ଜଣେ ବନ୍ଧୁଙ୍କ ୫୦ତମ ଜନ୍ମଦିବସ ପାଳନକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ଶନିବାର ବନ୍ଧୁଙ୍କ ସହିତ ଦୌଡ଼ୁଥିବା ବେଳେ ମ୍ୟାକ୍ସଓ୍ବେଲ ପଡ଼ିଯାଇଥିଲେ। ଏପରି କି ତାଙ୍କ ଗୋଡ଼ ଉପରେ ବନ୍ଧୁ ଜଣଙ୍କ ପଡ଼ିଯିବାରୁ ଗୋଡ଼ରେ ଆଘାତ ଲାଗିଥିଲା। ଉଭୟ ନିଶା ସେବନ କରି ନ ଥିବା ସ୍ପଷ୍ଟ ହୋଇଥିବା ବେଳେ ବନ୍ଧୁ ଜଣଙ୍କୁ କୌଣସି ଆଘାତ ଲାଗି ନାହିଁ। ଅନ୍ୟପକ୍ଷେ ଅଷ୍ଟ୍ରେଲିଆ ଦଳ ୨୦୨୩ ଫେବୃୟାରୀ-ମାର୍ଚ୍ଚରେ ଭାରତ ଗସ୍ତରେ ଆସି ୪ ଟେଷ୍ଟ ଓ ୩ ଦିନିକିଆ ମ୍ୟାଚ୍‌ ଖେଳିବ। ହେଲେ ମ୍ୟାକ୍ସଓ୍ବେଲ ଆସନ୍ତା ୩ ମାସ କ୍ରିକେଟରୁ ଦୂରେଇ ରହିବେ ବୋଲି ଜଣାପଡିଛି।

Share