Categories: ଖେଳ

ପାକିସ୍ତାନ ପାଇଁ ସେମିଫାଇନାଲ ରାସ୍ତା ଫିଟାଇଦେଲା ଅଷ୍ଟ୍ରେଲିଆ, ଜାଣନ୍ତୁ କ’ଣ ରହିଛି ସମୀକରଣ…

ନୂଆଦିଲ୍ଲୀ,୮।୧୧: ଆଫଗାନିସ୍ତାନ ବିପକ୍ଷରେ ପ୍ରାୟ ହାରିଯାଇଥିବା ମ୍ୟାଚରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ନଂ-୬ରେ ଆସି ଏଭଳି ଏକ ଇନିଂସ ଖେଳିଛନ୍ତି ଯାହା କ୍ରିକେଟ ଇତିହାସରେ ଶତାବ୍ଦୀ ଧରି ସ୍ମରଣୀୟ ହୋଇରହିବ। ଆଫଗାନିସ୍ତାନ ଦେଇଥିବା ୨୯୨ ରନ୍‌ର ଟାର୍ଗେଟକୁ ପିଛା କରି ମ୍ୟାକ୍ସୱେଲ ୨୦୧ ରନ୍‌ର ଅପରାଜିତ ଇନିଂସ ଖେଳି ଦଳକୁ କେବଳ ମ୍ୟାଚ ଜିତିବାରେ ସାହାଯ୍ୟ କରି ନ ଥିଲେ ବରଂ ସେମିଫାଇନାଲରେ ପହଞ୍ଚାଇବା ବାଟ ଖୋଲିଦେଇଥିଳେ। ଗ୍ଲେନ ମ୍ୟାକ୍ସୱେଲଙ୍କ ଏହି ଡବଲ ସେଞ୍ଚୁରୀ କେବଳ ଅଷ୍ଟ୍ରେଲିଆ ନୁହେଁ ପାକିସ୍ତାନ ମଧ୍ୟ ବଡ଼ ଉପକୃତ ହୋଇଛି।

ଯଦି ଆଫଗାନିସ୍ତାନ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଦେଇଥାନ୍ତା ତେବେ ସେମିଫାଇନାଲରେ ପ୍ରବେଶ କରିବା ପାକିସ୍ତାନ ପାଇଁ ବହୁତ କଷ୍ଟସାଧ୍ୟ ହୋଇପଡିଥାନ୍ତା। ଗ୍ଲେନ ମ୍ୟାକ୍ସୱେଲଙ୍କ ରନ୍‌ ଝଡ଼ ଏବଂ ଐତିହାସିକ ଇନିଂସ ପାକିସ୍ତାନର ସେମିଫାଇନାଲରେ ପହଞ୍ଚିବା ସହଜ କରିଛି। ବର୍ତ୍ତମାନ ପାକିସ୍ତାନ ଆଶା ରଖିଛି ଯେ, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ମ୍ୟାଚରେ ବେଙ୍ଗାଲୁରୁରେ ବର୍ଷା ହେବ। ବାସ୍ତବରେ ଆଫଗାନିସ୍ତାନକୁ ପରାସ୍ତ କରିବା ପରେ ଅଷ୍ଟ୍ରେଲିଆ ମଧ୍ୟ ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ବର୍ତ୍ତମାନ ସେମିଫାଇନାଲ ପାଇଁ କେବଳ ଗୋଟିଏ ସ୍ଥାନ ଖାଲି ଅଛି ଏବଂ ଏଥିପାଇଁ ତିନୋଟି ଦୃଢ ପ୍ରତିଯୋଗୀ ଅଛନ୍ତି – ନ୍ୟୁଜିଲ୍ୟାଣ୍ଡ, ପାକିସ୍ଥାନ ଏବଂ ଆଫଗାନିସ୍ତାନ। ଏହି ତିନୋଟି ଦଳକୁ ସେମିଫାଇନାଲରେ ପ୍ରବେଶ କରିବାର ସୁଯୋଗ ଅଛି। ଏହି ତିନୋଟି ଦଳର ୮ ପଏଣ୍ଟ ରହିଛି ଏବଂ ୧-୧ ମ୍ୟାଚ ବାକି ଅଛି।

ପାକିସ୍ତାନର ଆଉ ଆଫଗାନିସ୍ତାନଠାରୁ ଭୟ ନାହିଁ, କାରଣ ଅଷ୍ଟ୍ରେଲିଆଠାରୁ ହରିବା ପରେ ସେମାନଙ୍କର ନେଟ୍‌ ରନ୍‌ ହାର ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ତୁଳନାରେ ବହୁତ କମ ହୋଇଛି। ଏଭଳି ପରିସ୍ଥିତିରେ ଅନ୍ୟ ଦୁଇ ଦଳଠାରୁ ଆଗକୁ ଯିବାକୁ ହେଲେ ସେମାନଙ୍କୁ ପରବର୍ତ୍ତୀ ମ୍ୟାଚରେ ଏକ ବଡ଼ ବିଜୟ ହାସଲ କରିବାକୁ ପଡ଼ିବ। ପାକିସ୍ତାନ ପାଇଁ ନ୍ୟୁଜିଲାଣ୍ଡ ଏକ ସମସ୍ୟା ରହିଛି। ଯାହାର ଶେଷ ମ୍ୟାଚ ବେଙ୍ଗାଲୁରୁରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବ ଏବଂ ସେହି ଦିନ ବେଙ୍ଗାଲୁରୁରେ ବର୍ଷା ହେବାର ସମ୍ଭାବନା ଅଛି। ଏଭଳି ପରିସ୍ଥିତିରେ ଯଦି ବର୍ଷା ହୁଏ ଏବଂ ନ୍ୟୁଜିଲ୍ୟାଣ୍ଡ ବନାମ ଶ୍ରୀଲଙ୍କା ମ୍ୟାଚ ବାତିଲ ହୁଏ, ତେବେ ଉଭୟ ଦଳ ପ୍ରତ୍ୟେକଙ୍କୁ ୧ ପଏଣ୍ଟ ମିଳିବ। ଏହା ପରେ ନ୍ୟୁଜିଲ୍ୟାଣ୍ଡ ଦଳ ସର୍ବାଧିକ ୯ ପଏଣ୍ଟ ସ୍କୋର କରିବାରେ ସକ୍ଷମ ହେବ। ଏହା ପରେ ଯଦି ପାକିସ୍ତାନ ଇଂଲଣ୍ଡକୁ ପରାସ୍ତ କରେ ତେବେ ଏହା ୧୦ ପଏଣ୍ଟ ପାଇ ସେମିଫାଇନାଲରେ ପ୍ରବେଶ କରିବ।

Share