ମେଲବର୍ନ,୧୪।୧: ଅନ୍ତର୍ଜାତୀୟ କ୍ରିକେଟ ହେଉ ଅବା ଲିଗ୍ କ୍ରିକେଟ, ଭେଟେରାନ୍ ଅଲରାଉଣ୍ଡର ଗ୍ଲେନ୍ ମାକ୍ସଓ୍ବେଲ ନିଜ ନିଷ୍ପତ୍ତିରେ ପ୍ରଶଂସକଙ୍କୁ ଚମକାଇଥାନ୍ତି। କୋଭିଡ-୧୯କୁ ହରାଇବା ପରେ ମାକ୍ସଓ୍ବେଲ୍ ଗୁରୁବାର ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବିଗ୍ ବ୍ୟାସ୍ ଲିଗ୍(ବିବିଏଲ୍)ର ମଇଦାନକୁ ଓହ୍ଲାଇଥିଲେ। ସେଠାରେ ସେ ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇଥିଲେ।
ଲିଗ୍ର ୪୬ତମ ମ୍ୟାଚ ମେଲବର୍ନ ରେନେଗେଡ୍ସ ଏବଂ ମେଲବର୍ନ ଷ୍ଟାର୍ସ ମଧ୍ୟରେ ଖେଳାଯାଉଥିଲା। ରେନେଗେଡ୍ସ ଦଳ ୨୦ ଓଭରରେ ୧୨୨ରନ୍ କରିଥିଲା। ଏହାପରେ ମେଲବର୍ନ ଷ୍ଟାର୍ସ ପକ୍ଷରୁ ଓପନିଂ କରିବାକୁ ଓହ୍ଲାଇଥିଲେ ଅଧିନାୟକ ମାକ୍ସଓ୍ବେଲ। ସାଧାରଣତଃ ମଧ୍ୟକ୍ରମରେ ଖେଳୁଥିବା ଯୋଗୁ ଏଭଳି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଥାନ୍ତା। ହେଲେ ସେ ସମ୍ପୂର୍ଣ୍ଣ ଫିଟ୍ ଥିବା ଯୋଗୁ ପ୍ରଶଂସନୀୟ ଇନିଂସ ଖେଳି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିଲେ। ମାକ୍ସଓ୍ବେଲ ୪୫ ବଲ୍ରୁ ଅପରାଜିତ ୬୮ ରନ୍ କରିଥିଲେ। ତାଙ୍କ ଇନିଂସରେ ୪ ଚୌକା ଏବଂ ଗୋଟିଏ ଛକା ଥିବା ବେଳେ ସେ ଦଳକୁ ବିଜେତା କରାଇଥିଲେ।