ଦିନିକିଆ ବିଶ୍ୱକପରେ ଦ୍ରୁତତମ ଶତକ ହାସଲ କଲେ ଗ୍ଲେନ୍ ମ୍ୟାକ୍ସୱେଲ୍

ନୂଆଦିଲ୍ଲୀ,୨୫/୧୦: ଦିନିକିଆ କ୍ରିକେଟ ବିଶ୍ୱକପରେ ଦ୍ରୁତତମ ଶତକ ହାସଲ କରିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟର ଗ୍ଲେନ୍ ମ୍ୟାକ୍ସୱେଲ୍। ବୁଧବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟିମ୍ ନେଦରଲ୍ୟାଣ୍ଡସ୍ ଆଗରେ ୩୯୯ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଅଷ୍ଟ୍ରେଲିଆ ପାଇଁ ପ୍ରଥମ ଶତକ ଡେଭିଡ ୱାର୍ନର ୯୩ ଟି ବଲରେ ହାସଲ କରିଥିବା ବେଳେ ମଧ୍ୟ୍ୟକ୍ରମ ବ୍ୟାଟର ମାତ୍ର ୪୦ ବଲରେ ନିଜର ଶତକ ପୁରଣ କରିଥିଲେ। ଯାହା ଦନିକିଆ ବିଶ୍ୱକପରେ ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ଶତକ ସହିତ ମ୍ୟାକ୍ସୱେଲ ଦିନିକିଆରେ ଚତୁର୍ଥ ଦ୍ରୁତତମ ଶତକ ହାସଲ କରିଛନ୍ତି।

ମ୍ୟାକ୍ସୱେଲ ଏହି ଦୁର୍ଦଶ ଇନିଂସରେ ୯ ଚୌକା ଏବଂ ଆଠଟି ଛକା ମାରିଥିଲେ। ଶେଷ ଓଭରରେ ୧୦୬ ରନ୍ କରି ଲୋଗାନ ଭାନ ବିକ୍ ଙ୍କ ବଲରେ ଆଉଟ ହୋଇଥିଲେ। ପୂର୍ବରୁ ସମାନ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକାର ଏଡେନ ମାକ୍ରମ ଶ୍ରୀଲଙ୍କା ବିପକ୍ଷରେ ୪୯ ବଲରେ ଶତକ ହାସଲ କରିଥିଲେ।

Share