ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆର ଅଭିଜ୍ଞ ଅଲ୍ରାଉଣ୍ଡର ଗ୍ଲେନ୍ ମାକ୍ସଓ୍ବେଲ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ସେ ନିଜ ଭାବିସ୍ତ୍ରୀଙ୍କ ସହ ଫଟୋ ଶେୟାର କରିଥିଲେ। ଏହା ଏବେ ଭାଇରାଲ ହେବାରେ ଲାଗିଛି।
ପଡ଼ିଆ ବାହାରେ ମାକ୍ସଓ୍ବେଲ ଭାରତୀୟ ବଂଶୋଦ୍ଭବ ବିନି ରମନଙ୍କୁ ନେଇ ରୋମାଣ୍ଟିକ୍ ହୋଇଥିଲେ। ମୋର ଅତି ପ୍ରିୟ ଭାବିସ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ବୋଲି ସେ ଲେଖିଥିଲେ। ତେବେ ବିନି ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍। ସେ ସବୁବେଳେ ମାକ୍ସଓ୍ବେଲଙ୍କ ସହ ଫଟୋ ଶେୟାର କରିଥାନ୍ତି।
ବିନି ପେସାରେ ଜଣେ ଫାର୍ମାସିଷ୍ଟ। ସେ ମେଲବର୍ନରେ ରୁହନ୍ତି। ଦୁଇ ବର୍ଷ ଧରି ପରସ୍ପରକୁ ଡେଟ୍ କରିଥିଲେ ମାକ୍ସଓ୍ବେଲ-ବିନି। ୨୦୧୭ରେ ସେମାନେ ସମ୍ପର୍କରେ ଥିବା ଜଣାପଡ଼ିଥିଲା। ଉଭୟ ନିର୍ବନ୍ଧ କରିନେଇଥିବା ନେଇ ଫଟୋ ଶେୟାର କରିଥିଲେ।