Categories: ଖେଳ

ଏକା ଲଢ଼ିଲେ ମାକ୍ସଓ୍ବେଲ, ପାଦରେ ଆଘାତ ସତ୍ତ୍ୱେ ନିରବିଲାନି ବ୍ୟାଟ୍‌

ମୁମ୍ବାଇ,୧୧।୭: ଏକା ଲଢ଼ି ଦଳକୁ ଜିତାଇଲେ ଗ୍ଲେନ୍‌ ମାକ୍ସଓ୍ବେଲ। ମଙ୍ଗଳବାର ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଉଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ସେ ୨୦୧ରନ୍‌ର ବିସ୍ଫୋରକ ଇନିଂସ ଖେଳି ଦଳକୁ ବିଜେତା କରାଇବାରେ ବଡ଼ ଯୋଗଦାନ ଦେଇଥିଲେ। ଶତକ ମାରିବା ପରେ ତାଙ୍କ ପାଦରେ ଆଘାତ ଲାଗିଥିଲା। ହେଲେ ସେ ତାକୁ ଖାତିର ନ କରି ଦଳ ପାଇଁ ରନ୍‌ ସ୍କୋର କରିଥିଲେ। ଖେଳ ଶେଷ ହେବା ବେଳକୁ ସେ ୧୨୮ ବଲରେ ୧୦ ଛକା ଏବଂ ୨୪ ଚୌକା ସହାୟତାରେ ୨୦୧ ରନ୍‌ର ଇନିଂସ ଖେଳିଥିଲେ।

ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଆଫଗାନିସ୍ତାନ ଟିମ୍‌। ଦଳ ଅଷ୍ଟ୍ରେଲିଆକୁ ୨୯୨ ରନ୍‌ର ଟାର୍ଗେଟ ଦେଇଥିଲା। ଏହାପରେ ଆଫଗାନିସ୍ତାନର ବୋଲରମାନେ ଚମତ୍କାର ବୋଲିଂ କରି ମାତ୍ର ୪୯ ରନ୍‌ରେ ବିରୋଧୀ ଦଳର ଅଧା ଖେଳାଳିଙ୍କୁ ପ୍ୟାଭିଲିୟନ ପଠାଇଦେଇଥିଲେ। ଏହାକୁ ଦେଖି ଅଷ୍ଟ୍ରେଲିଆର ପରାଜୟ ନିଶ୍ଚିତ ଭଳି ମନେ ହୋଇଥିଲା। ହେଲେ ମାକ୍ସଓ୍ବେଲ ଏଭଳି ବ୍ୟାଟିଂ କରିଥିଲେ ଯେ ତାକୁ ଦେଖି ବୋଲର୍‌ ଛାନିଆ ହୋଇଥିଲେ। ଏକୁଟିଆ ସେ ଲଢ଼ି ବିସ୍ଫୋରକ ବ୍ୟାଟିଂ କରି ଦ୍ୱିଶତକ କରିଥିଲେ। ଫଳରେ ତାଙ୍କ ଦଳ ୩ ଉଇକେଟରେ ବିଜେତା ହୋଇଛି।

Share