ଅଷ୍ଟ୍ରେଲିଆକୁ ବଡ଼ ଝଟକା, ମୁଣ୍ଡରେ ଆଘାତ ପାଇଁ ଇଂଲଣ୍ଡ ବିପକ୍ଷ ମ୍ୟାଚରୁ ବାଦ ପଡ଼ିଲେ ଗ୍ଲେନ ମାକ୍ସୱେଲ

ଅହମଦାବାଦ,୧/୧୧: ଚଳିତ ବିଶ୍ୱକପ ଦିନିକିଆ ବିଶ୍ୱକପରେ ବୁଧବାର ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଆଗରୁ ଅଷ୍ଟ୍ରେଲିଆ ଟିମକୁ ଲାଗିଛି ବଡ ଝଟକା। କ୍ରିକେଟ ଅଷ୍ଟ୍ରେଲିଆ ରିପୋର୍ଟ ଅନୁଯାୟୀ ଗଲ୍ଫ ଖେଳୁଥିବା ସମୟରେ ମାକ୍ସୱେଲ ପଛୁଆ ଗଳି ପଡ଼ିଥିଲେ, ଯେଉଁ ସମୟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

ଫଳରେ ନଭେମ୍ବର ୪ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ଇଂଲଣ୍ଡ ମ୍ୟାଚରୁ କ୍ରିକେଟ୍ ଅଷ୍ଟ୍ରେଲିଆ ପ୍ରୋଟୋକଲ ଅନୁଯାୟୀ ମ୍ୟାକ୍ସୱେଲଙ୍କୁ ଦୂରେଇ ରଖିବ ଏବଂ ତାଙ୍କର ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ବଦଳ ଖେଳାଳିଙ୍କ ଉପରେ ନିର୍ଭର କରିବ।

ତେବେ ଆହତରୁ ମୁକୁଳିବା ପରେ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ବିଜୟ ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ନେଦରଲ୍ୟାଣ୍ଡ ବିପକ୍ଷରେ ମ୍ୟାକ୍ସୱେଲ ଦିନିକା ବିଶ୍ୱକପ ଇତିହାସରେ ଦ୍ରୁତତମ ଶତକ ହାସଲ କରି ମାତ୍ର ୪୦ ବଲରେ ଶତକ ପୂରଣ କରିଥିଲେ।

ମାକ୍ସୱେଲ ଆହତ ପରେ ହେବା ପରେ ଅସ୍ତ୍ରଲିଆ ଟିମ୍ ପାଇଁ ସମସ୍ୟା ବଢିପାରେ। କାରଣ ମାକ୍ସୱେଲ ଦୁର୍ଦଶ ବ୍ୟାଟିଂ ସହ ଦଳର ମୁଖ୍ୟ ସ୍ପିନର ଆଡାମ ଜାମ୍ପାଙ୍କ ସହିତ ସ୍ପିନ ବୋଲିଂ ମଧ୍ୟ କରିପାରନ୍ତି।

 

Share