Categories: ଖେଳ

ସାଦ ଖାଇଲେ ଅଷ୍ଟ୍ରେଲିଆ କ୍ରିକେଟର୍‌ଙ୍କ ସ୍ତ୍ରୀ

ଅଷ୍ଟ୍ରେଲିଆ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଏବଂ ତାଙ୍କ ସ୍ତ୍ରୀ ଭିନି ରମଣ ଖୁବ ଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି। ମ୍ୟାକ୍ସୱେଲ ଏବଂ ଭିନି ୧୮ମାର୍ଚ୍ଚ ୨୦୨୨ ରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ସହିତ ବିବାହ କରିଥିଲେ। ଏହି ଦମ୍ପତି ସୋସିଆଲ ମିଡିଆ ମାଧ୍ୟମରେ ମେ ୨୦୨୩ରେ ଜନ୍ମ ହେବାକୁ ଥିବା ନିଜ ସନ୍ତାନର ଖୁସି ଖବର ବାଣ୍ଟିଥିଲେ।
ନିକଟରେ ଭିନି ଇନଷ୍ଟାଗ୍ରାମରେ ତାଙ୍କ ବେବି ସାୱର ଅର୍ଥାତ୍‌ ସାଦ ଖିଆର କିଛି ଫଟୋ ଶେୟାର କରିଥିଲେ। ତାମିଲ ପରମ୍ପରା ଅନୁଯାୟୀ ଏହି ସମାରୋହ କରାଯାଇଥିଲା। ବେବି ସାୱରର ସୁନ୍ଦର ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି।
ଭିନି ରମଣ ତାଙ୍କ ବେବି ସାୱରରେ ଏକ ନୀଳ ପାରମ୍ପରିକ ଶାଢି ପିନ୍ଧିଥିଲେ। ଏଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ। ଗୋଟିଏ ଫଟୋରେ ସେ ତାଙ୍କ ସ୍ବାମୀ ଗ୍ଲେନ ମ୍ୟାକ୍ସୱେଲଙ୍କ ସହ ମଧ୍ୟ ନଜର ଆସିଛନ୍ତି।

Share